fbpx

ବ୍ୟାଙ୍କକୁ ନେଇ RBIର ବଡ଼ ସୂଚନା: ଆଗାମୀ ମାସରେ ୧୪ ଦିନ ଖୋଲିବ ନାହିଁ ବ୍ରାଞ୍ଚ

ନୂଆଦିଲ୍ଲୀ: ବ୍ୟାଙ୍କ ଯାଉଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର । ଯଦି ଆପଣ ଆଗାମୀ ମାସରେ ବ୍ୟାଙ୍କ ଯିବା ଲାଗି କିଛି ଯୋଜନା ରଖିଛନ୍ତି ତେବେ ଆରବିଆଇ ଜାରି କରିଥିବା ଏହି ଲିଷ୍ଟକୁ ଚେକ କରି ଯାଆନ୍ତୁ । ଯେପରି ଆପଣ ସମସ୍ତେ ଜାଣିଛନ୍ତି ଯେ, ସ୍ୱାଧୀନତା ଦିବସ ଠାରୁ ନେଇ ରକ୍ଷାବନ୍ଧନ ଏବଂ ଓନମ ସମେତ ବହୁ ପର୍ବପର୍ବାଣୀ ପାଇଁ ଅଗଷ୍ଟ ମାସରେ ବ୍ୟାଙ୍କରେ ୧୪ ଦିନ କାମ ହେବନାହିଁ । ତେଣୁ ଆପଣ ବ୍ୟାଙ୍କ ଯିବା ପୂର୍ବରୁ ଏହି ବିବରଣୀ ଚେକ କରି ଯାଆନ୍ତୁ । ଅଗଷ୍ଟ ମାସରେ ରାଜ୍ୟଗୁଡିକର ଛୁଟି ସମେତ ବ୍ୟାଙ୍କଗୁଡିକ ୧୪ ଦିନ ବନ୍ଦ ରହିବ। ଆରବିଆଇରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକରେ ମଧ୍ୟ କାମ ହେବ ନାହିଁ।

ଚେକ୍ କରନ୍ତୁ ଅଗଷ୍ଟ ମାସରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ:

-୬ ଅଗଷ୍ଟରେ ରବିବାର।
-୮ଅଗଷ୍ଟରେ ଗଙ୍ଗଟୋକରେ ତେନ୍ଦୋଗ ଲହୌ ରମ ଫାତ କାରଣରୁ ବନ୍ଦ ରହିବ ।
-୧୨ ତାରିଖରେ ଦ୍ୱିତୀୟ ଶନିବାର।
-୧୩ ତାରିଖରେ ରବିବାର ସାପ୍ତାହିକ ଛୁଟି।
-୧୫ ଅଗଷ୍ଟରେ ସ୍ୱାଧିନତା ଦିବ।
-୧୬ ଅଗଷ୍ଟରେ ନବ ବର୍ଷ ଲାଗି ମୁମ୍ବାଇ, ନାଗପୁର ଏବଂ ବେଙ୍ଗାଲୁରୁରେ ବ୍ୟାଙ୍କ ବନ୍ଦ ରହିବ ।
-୧୮ ଅଗଷ୍ଟରେ ଶ୍ରୀମନ୍ତ ଶଙ୍କର ଦେବଙ୍କ ତିଥି କାରଣରୁ ଗୋହ୍ୱାଟିରେ ବ୍ୟାଙ୍କ ବନ୍ଦ ରହିବ
-୨୦ ତାରିଖରେ ରବିବାର ଛୁଟି।
-୨୬ ତାରିଖରେ ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ।
-୨୭ ଅଗଷ୍ଟରେ ରବିବାର।
-୨୯ ତାରିଖରେ ତିରୁଓନମ କାରଣରୁ କୋଚ୍ଚି ଏବଂ ତିରୂବନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ ।
-୩୦ ଅଗଷ୍ଟରେ ରକ୍ଷାବନ୍ଧନ କାରଣରୁ ଜୟପୁର ଏବଂ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ ।
-୩୧ ଅଗଷ୍ଟରେ ରକ୍ଷା ବନ୍ଧନ ଏବଂ ଶ୍ରୀ ନାରାୟଣ ଗୁରୁ ଜୟନ୍ତି , ପଙ୍ଗ-ଲହବସୋଲ କାରଣରୁ ଡେହରାଡୁନ, ଗଙ୍ଗୋଟକ, କାନପୁର, କୋଚ୍ଚି ଏବଂ ତିରୁବନ୍ତପୁରମରେ ବ୍ୟଙ୍କ ଛୁଟି ରହିବ ।

ବ୍ୟାଙ୍କ ଛୁଟି ବିଷୟରେ ଅଧିକ ସୂଚନା ପାଇଁ, ଆପଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର https://rbi.org.in/Scripts/HolidayMatrixDisplay.aspx ର ଅଫିସିଆଲ୍ ଲିଙ୍କ୍ ମଧ୍ୟ ପରିଦର୍ଶନ କରିପାରିବେ। ଏଠାରେ ଆପଣ ପ୍ରତ୍ୟେକ ମାସରେ ପ୍ରତ୍ୟେକ ରାଜ୍ୟର ବ୍ୟାଙ୍କ ଛୁଟି ବିଷୟରେ ସୂଚନା ପାଇବେ ।

Get real time updates directly on you device, subscribe now.