fbpx

BJP ସାଧାରଣ ସମ୍ପାଦକଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଆସନ୍ତା ୨୦୨୪ରେ ସାରା ଦେଶରେ ଲୋକସଭା ନିର୍ବାଚନ ହେବାର ଅଛି । ତେଣୁ ନିର୍ବାଚନ ପୂର୍ବରୁ ସାରା ଦେଶରେ ଏବେ ରାଜନୈତିକ ମାହୋଲ ସରଗରମ୍ ହୋଇଉଠିଛି । ଆସନ୍ତା ନିର୍ବାଚନରେ ଅଧିକ ସିଟ୍ ହାସଲ କରିବା ସହିତ ସରକାର ଗଠନ ନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ରଣନୀତି ପ୍ରୟୋଗ କରିବା ଆରମ୍ଭ କରିଦେଇଛନ୍ତି ।

କେନ୍ଦ୍ରରେ କ୍ଷମତାରେ ରହିଥିବା ବିଜେପି ନେତୃତ୍ୱାଧୀନ ଜାତୀୟ ପ୍ରଗତିଶୀଳ ମେଣ୍ଟ (ଏନଡିଏ) ନିକଟରେ ୩୮ଟି ଦଳକୁ ନେଇ ନୂଆଦିଲ୍ଲୀରେ ବୈଠକ କରିଥିଲା । ସେହିପରି ବିରୋଧୀ ପକ୍ଷରୁ ୨୬ଟି ଦଳକୁ ନେଇ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବୈଠକରେ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ)ର ସୃୃଷ୍ଟି ହୋଇଥିଲା । ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜ ସଂଗଠନରେ ନୂଆ ନେତାଙ୍କୁ ନିଯୁକ୍ତି ଦେବା ସହିତ ସଂଗଠନକୁ ମଜବୁତ କରିବା ଆରମ୍ଭ କରିଦେଇଛନ୍ତି ।

ତେବେ ଏପରି ସ୍ଥିତିରେ ରାଜନେତାଙ୍କ ଦଳ ବଦଳ ଏକ ସାଧାରଣ କଥା । ଏହା ମଧ୍ୟରେ ତ୍ରିପୁରା ବିଜେପିର ସାଧାରଣ ସମ୍ପାଦକ କିଶୋର ବର୍ମନ ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟରେ ବିଜେପି ସରକାର ଥିବାବେଳେ କିଶୋରଙ୍କ ଅଚାନକ ଦଳ ଛାଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ‘ଜଣେ ବ୍ୟକ୍ତି ଗୋଟିଏ ପଦ’ କାରଣରୁ ସେ ଦଳ ଛାଡ଼ିଥିବା ନେଇ କିଶୋର ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସେ ନିଜର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ରାଜୀବ ଭଟ୍ଟାଚାର୍ଯ୍ୟଙ୍କ ନିକଟକୁ ପଠାଇ ଦେଇଛନ୍ତି ।

Get real time updates directly on you device, subscribe now.