fbpx

ପୁଣି ସାପ କାମୁଡାରେ ୨ ଭାଇ ମୃତ: ଘର ଚଟାଣରେ ଶୋଇଥିବା ବେଳେ କାମୁଡିଲା ଚିତି ସାପ

ଦେବଗଡ଼: ରାଜ୍ୟରେ ସାପ କାମୁଡାରେ ମୃତ୍ୟୁ ହାର ବଢିବାରେ ଲାଗିଛି । ଜାତୀୟ କ୍ରାଇମ ବ୍ୟୁରୋ ରେକର୍ଡର ତଥ୍ୟ ଅନୁସାରେ ଜାତୀୟସ୍ତରରେ ସାପକାମୁଡା ମୃତ୍ୟୁ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଏହାରି ମଧ୍ୟରେ ଏପରି ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଛି । ଦେବଗଡ଼ ଜିଲ୍ଲାରେ ସାପ କାମୁଡାରେ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଦବଗଡ଼ ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ରାତିରେ ଘର ଚଟାଣରେ ଦୁଇ ଭାଇ ଶୋଇଥିବା ବେଳେ ଦୁଇ ଜଣଙ୍କୁ ଚିତି ସାପ କାମୁଡିଦେଇଛି । ଏହି ମୃତ ଦୁଇଭାଇଙ୍କ ବୟସ ହେଉଛି ୧୪ ଏବଂ ୮ ବର୍ଷ । ତେବେ ଘର ଲୋକ କବାଟ ଖୋଲିବା ବେଳେ ସେହି ଘରେ ଚିତି ସାପ ଦେଖିବାକୁ ମିଳିଛି । ଦୁଇ ଭାଇଙ୍କୁ ଡାକ୍ତରଖାନା ନେବା ପରେ ବିଷ ସମଗ୍ର ଶରୀରରେ ବ୍ୟାପିଯାଇଥିଲା । ଯାହାଫଳରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

ଉଲ୍ଲେଖନୀୟ, ଗତ ଶନିବାର ଦିନ କେନ୍ଦୁଝର ଜିଲ୍ଲାରେ ୪ଜଣ ଛାତ୍ରଛାତ୍ରୀ କୋଚିଙ୍ଗ ସେଣ୍ଟରରେ ଶୋଇଥିବା ବେଳେ ବିଷାକ୍ତ ସାପ ସମସ୍ତଙ୍କୁ କାମୁଡି ଦେଇଥିଲା । ଏଥିରେ ୩ ଛାତ୍ରଛାତ୍ରୀ ମୃତ୍ୟୁ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ଷା କାରଣରୁ ଜନ୍ତୁ ଘରେ ପସିଯାଉଛନ୍ତି । ଏପରି ସାପ କାମୁଡାରେ ବହୁ ଲୋକଙ୍କ ଜୀବନ ଯାଇଥିବା କଥା ସୂଚନା ମିଳିଛି ।

Get real time updates directly on you device, subscribe now.