fbpx

ଛୋଟ ଛୁଆମାନେ ଆଖିରେ କଳା ଲଗାନ୍ତି : ଜାଣିନିଅନ୍ତୁ ଏହାକୁ ବ୍ୟବହାର କରିବା ଠିକ କି….?

ନୂଆଦିଲ୍ଲୀ : ଶିଶୁ ଜନ୍ମ ହେଲେ ମାଆ ମାନେ ଲୋକଙ୍କ ନଜରରୁ ନିଜ ଛୁଆକୁ ବଞ୍ଚାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣାନ୍ତି । ମାଆ ମାନେ ଅଜାଣତରେ ଏଭଳି ଉø।।ୟ ଆପଣାନ୍ତି ଯେଉଁଥିରେ ଶିଶୁର ସ୍ୱାସ୍ଥ୍ୟକୁ ବି କ୍ଷତି ପହଞ୍ଚିପାରେ । ଅଧିକାଂଶ ମାଆ ନିଜ ଛୁଆକୁ ନଜର କବଳରୁ ରକ୍ଷା କରିବା ପାଇଁ ସେମାନଙ୍କ ଆଖିରେ କଳା ଲଗାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି ଏହା କେତେ ଦୂର ଠିକ ? ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ କି ?

ଜାଣି ନିଅନ୍ତୁ ଏହାକୁ ବ୍ୟବହାର କରିବା କି ?

– କଳା ତିଆରି ପାଇଁ ସୀସା ବହୁ ପରିମାଣରେ ବ୍ୟବହାର ହୁଏ । ସୀସା ଏକ କ୍ଷତିକାରକ ଉପାଦାନ ଅଟେ, ଯାହା ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

– ଶରୀରର କୀଡବୀ, ଅସ୍ଥି ମଜ୍ଜା, ମସ୍ତିସ୍କ ସହିତ ଶରୀରର ଅନେକ ଅଂଶ ଉପରେ ଏହାର କୁପ୍ରଭାବ ପଡିଥାଏ । ଯଦି ଆମ ଶରୀରର ରକ୍ତରେ ସୀସାର ସ୍ତର ବଢିଯାଏ, ତେବେ କୋମାରେ ଯିବାର ସମ୍ଭାବନା ଥାଏ ।

– ଏହା ବ୍ୟତୀତ ବଜାରରେ ମିଳୁଥିବା ବିଭିନ୍ନ କଳାରେ ଭିନ୍ନ ପ୍ରକାର କେମିକାଲ ମିଶି ରହିଛି । ଏଥିଯାଗୁଁ ଆଖିରେ ଇନଫେକ୍ସନ ହେବା ସହ ଶରୀରକୁ ଅନେକ କ୍ଷତି ମଧ୍ୟ ପହଞ୍ଚାଇଥାଏ ।

– ଘରେ ତିଆରି ହୋଇଥିବା କଳା ଆପଣ ନିଜ ଛୁଆଙ୍କୁ ଲଗାଇପାରିବେ । କାରଣ ଏହା ସ୍ୱଭାବିକ ଭାବେ କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ । ଏଭଳି ସମାନ ଚିନ୍ତା ଆପଣ ମଧ୍ୟ କରୁଚନ୍ତି, ତେବେ ତାହା ଭୁଲ ଏହା କରିବା ଦ୍ୱାରା ଶଶିଶୁର ସ୍ୱାସ୍ଥ୍ୟ ପାଇଂ ଠିକ ନୁହେଁ ।

– ବଜାରରୁ କିଣା ଯାଇଥିବା କଳା ହେଉ କିମ୍ବା ଘରେ ତିଆରି କଳା ହେଉ ଉଭୟ ଶିଶୁର ଆଖି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ । ଏହା ଆଖି ସଂକ୍ରମଣ, ଯନ୍ତ୍ରଣା, ଜଳିବା, କୁଞ୍ଚି କୁଞ୍ଚି ଲାଗିବା ସହ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିପାରେ ।

Get real time updates directly on you device, subscribe now.