fbpx
BJD SKY
BJD SKY

କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଯୁବତୀଙ୍କୁ ଛୁରାମାଡ଼, ଶରୀରର ବିଭିନ୍ନ ସ୍ଥାନରେ ଲାଗିଛି ଆଘାତ

BJD

କଟକ: ଦେଶରେ ନାରୀମାନଙ୍କ ପ୍ରତି ନିର୍ଯାତନା ଏବଂ ଆକ୍ରମଣ ବଢିବାରେ ଲାଗିଛି । କିଏ ସମସ୍ତଙ୍କ ସମ୍ମୁଖରେ ପଥରରେ ଛେଛି ଜୀବନରୁ ମାରିଦେଉଛି ତ କିଏ ଯୁବତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଉଛି । ଏହାରି ମଧ୍ୟରେ ଆଜି କଟକରୁ ଏପରି ଏକ ଆକ୍ରମଣାତ୍ମକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, କଟକ ସ୍ଥିତ ଦୋଳମୁଣ୍ଡାଇ ଅଞ୍ଚଳରେ ଏକ ଯୁବତୀଙ୍କୁ ଛୁରାମାଡ଼ କରାଯାଇଛି। ଏଥିରେ ଯୁବତୀଙ୍କ ପେଟ ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ତେବେ ଆହତ ଯୁବତୀଙ୍କୁ ସଙ୍ଗେ ସଙ୍ଗେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ପୁର୍ବ ଶତ୍ରୁତା ଥିବା କଥା ସନ୍ଦେହ କରାଯାଉଛି ।

ଯୁବତୀଙ୍କୁ କିଏ ଛୁରାମାଡ଼ କରିଛି ଏବଂ କାହିଁକି ତାହା ବର୍ତ୍ତମାନ ଜଣାପଡିନି । କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଆହତ ଯୁବତୀଙ୍କ ଅବସ୍ଥା ଗୁରୁତର ରହିଛି । ତଦନ୍ତ ପରେ ସମସ୍ତ କଥା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.