fbpx

ଭାରତର ଏହି ମନ୍ଦିରରେ ହୋଇଥାଏ ଭବିଷ୍ୟବାଣୀ, ବର୍ଷା ଆରମ୍ଭ ହେବାର ସାତ ଦିନ ପୂର୍ବରୁ ମିଳିଥାଏ ସୂଚନା

ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି । ରହସ୍ୟ ଏପରି ଭାବେ ଲୁଚି ରହିଛି ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝି ପାରୁ ନାହାନ୍ତି । ଏହିଭଳି ମନ୍ଦିର ଅଜବ ମାନ୍ୟତା ସହିତ ଏହାର ସ୍ଥିତିକୁ ନେଇ ବେଶ ପ୍ରସିଦ୍ଧ ଅଛି । ଏହିପରି ଏକ ସ୍ଥାନ ହେଉଛି ଉତ୍ତରପ୍ରଦେଶ କାନପୁର ଠାରେ ଥିବା ଭଗବାନ ଶ୍ରୀଜଗନ୍ନାଥ ମନ୍ଦିର । ଉତ୍ତରପ୍ରଦେଶର କାନପୁରରେ ରହିଛି ବେହଟା ଗାଁ । ଯେଉଁଠାରେ କାନପୁରରେ ରହିଛି ଏକ ପୁରାତନ ଭଗବାନ ଜଗନ୍ନାଥଙ୍କ ମନ୍ଦିର ।

ଏହା ଭିତର ଗାଁର ବିକାଶଖଣ୍ଡର ପାଖାପାଖି ୩ କିଲୋମିଟର ଦୂରରେ ରହିଛି । ଏହି ମନ୍ଦିର ବେଶ ଚର୍ଚ୍ଚିତ । ଏଠାକୁ ଅନେକ ଭକ୍ତ ଦୂରଦରାନ୍ତରୁ ଆସିଥାନ୍ତି ଭଗବାନଙ୍କ ଦର୍ଶନ ପାଇଁ । ଏହି ମନ୍ଦିର ସହ ଅନେକ ରହସ୍ୟ ମଧ୍ୟ ଯୋଡ଼ି ହୋଇ ରହିଛି । ଏହି ମନ୍ଦିରର ବିଶେଷତ୍ୱ ହେଲା, ବର୍ଷା ଆରମ୍ଭ ହେବାର ସାତ ଦିନ ପୂର୍ବରୁ ହିଁ ଏହି ମନ୍ଦିର ବର୍ଷା ହେବାର ସୂଚନା ଦେଇଥାଏ । ବର୍ଷା ଆରମ୍ଭ ହେବାର ସାତଦିନ ପୂର୍ବରୁ ଏହି ମନ୍ଦିରର ଛାତ ମଧ୍ୟରୁ ବିନା ବର୍ଷାରେ ସ୍ୱତଃ ପାଣି ପଡ଼ିଥାଏ । ଲୋକେ କୁହନ୍ତି ଯେ ଏହି ପାଣି ବୁନ୍ଦାର ଆକାର ଯେପରି ଥାଏ ବର୍ଷା ବି ସେମିତି ହୁଏ ।

ଏହିପରି ପାଣି ପଡିବାର ଠିକ ସାତ ଦିନ ପରେ ଦେଶରେ ନିଶ୍ଚିତ ବୃଷ୍ଟିପାତ ହୋଇଥାଏ । ଅନେକ ଏ ରହସ୍ୟ ଭେଦ କରିବାକୁ ପ୍ରୟାସ କରିଥିଲେ ବି ଏପର୍ଯ୍ୟନ୍ତ ଏଥିରେ ସଫଳ ହୋଇ ନାହାନ୍ତି । ପୁଣି, ଏହି ମନ୍ଦିରକୁ କିଏ ନିର୍ମାଣ କରିଛନ୍ତି, ତାହା ବି ପ୍ରଶ୍ନବାଚୀ ହୋଇ ରହିଯାଇଛି । କାରଣ ଏହି ମନ୍ଦିର ପ୍ରତିଷ୍ଠାର କୌଣସି ଐତିହାସିକ ପୃଷ୍ଠଭୂମି ଏପର୍ଯ୍ୟନ୍ତ କୌଣସି ଐତିହାସିକ ପାଇ ପାରିନାହାନ୍ତି । ଶ୍ରଦ୍ଧା ଓ ବିଶ୍ୱାସ ଉପରେ ପ୍ରତିଷ୍ଠିତ ଉକ୍ତ ଘଟଣାଟି ଆଜି ବି ଉକ୍ତ ମନ୍ଦିରରେ ଘଟୁଛି । ଏହି ମନ୍ଦିରର ରହସ୍ୟ ବର୍ଷାର ଭବିଷ୍ୟବାଣୀ କରି ଶେଷ ହୁଏ ନାହିଁ ।

କୁହାଯାଏ ଯେ ବର୍ଷା ଯେପରି ଶେଷ ହୋଇଯାଏ ସେପରି ମନ୍ଦିରର ଛାତ ଆପେ ଆପେ ଶୁଖିଯାଏ । ଏଠାକାର ଲୋକ କୁହନ୍ତି ଯେ ଏହି ମନ୍ଦିରର ସ୍ୱତନ୍ତ୍ରତା ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୌଣସି ଲୋକ ମଧ୍ୟ ଜାଣିପାରିନାହାନ୍ତି । ଏହା ବହୁ ବର୍ଷ ପୁରୁଣା ମନ୍ଦିର । ମନ୍ଦିରରେ ଜଗନ୍ନାଥଙ୍କ ମୂର୍ତ୍ତି ରହିଛି । ଏହି ମୂର୍ତ୍ତିରେ ଆପଣ ଶ୍ରୀହରି ବିଷ୍ଣୁଙ୍କର ୨୪ଟି ଅବତାରକୁ ଦେଖିପାରିବେ । ଏଥିରେ କଳିଯୁଗରେ ନେବାକୁ ଥିବା ଅବତାର କଳକି ଅବତାର ମଧ୍ୟ ରହିଛି ।

Get real time updates directly on you device, subscribe now.