fbpx

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଖଜୁରୀ: ହାର୍ଟକୁ ସୁସ୍ଥ ରଖିବା ସହ ହାଡକୁ ମଜବୁତ କରେ

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଖଜୁରି- ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ପୋଷକ ତତ୍ତ୍ୱର ଭଣ୍ଡାର । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ, ଭିଟାମିନ୍-ବି ୬, ଏ ପ୍ରଚୁର ପରିମାଣରେ ଥାଏ । ଖଜୁରୀରେ କାର୍ବୋହାଇଡ୍ରେଟ୍, ଆଇରନ୍, ଲାଭଦାୟକ ଫ୍ୟାଟ୍, ଡାଏଟାରୀ ଫାଇବର ଓ ଫ୍ୟାଟି ଏସିଡ୍ ଥାଏ, ଯାହା ଏକ ସୁସ୍ଥ ଶରୀର ପାଇଁ ଜରୁରୀ ବୋଲି ବିବେଚନା କରାଯାଏ ।

ବିଶେଷଜ୍ଞ କହିଛନ୍ତି ଯେ ସକାଳେ ଖାଲି ପେଟରେ ଖଜୁରୀ ଖାଇବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ଓଜନ ହ୍ରାସ କରିବାକୁ ଯୋଜନା କରୁଛନ୍ତି ସେମାନେ ସକାଳେ ଏହାକୁ ଖାଲି ପେଟରେ ଖାଇବା ଉଚିତ୍ । ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ଓ ଆପଣ ବାରମ୍ବାର ଖାଇବା ଠାରୁ ଦୂରେଇ ରହି ପାରନ୍ତି । ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

ଖଜୁରୀ ଖାଇବା ଦ୍ୱାରା ଲାଭକୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ହାର୍ଟକୁ ସୁସ୍ଥ ରଖେ, ହାଡକୁ ମଜବୁତ କରିବାର ସାହାଯ୍ୟ କରେ, ରକ୍ତଚାପକୁ ନିୟନ୍ତ୍ରଣ କରେ ଓ ମସ୍ତିଷ୍କ ସ୍ୱାସ୍ଥ୍ୟକୁ ଭଲ ରଖେ ।

ଗୋଟିଏ ଦିନରେ କେତୋଟି ଖାଇବା ଉଚିତ୍ ଖଜୁରୀ-
ବିଶେଷଜ୍ଞମାନେ କହିଛନ୍ତି ଯେ ଜଣେ ସୁସ୍ଥ ବ୍ୟକ୍ତି ଦିନରେ ଦୁଇରୁ ତିନୋଚି ଖଜୁରି ଖାଇ ପାରିବେ । ଏହା ସମେତ ଚାରୋଟି ଖଜୁରୀ ଭିଜାଇ ମଧ୍ୟ ଖାଇପାରିବେ ।

ଖଜୁରୀର ଅନ୍ୟାନ୍ୟ ଲାଭ –
ମଜଭୁତ ହାଡ଼ ପାଇଁ ଖଜୁରୀ ଖାଇବା ଲାଭଦାୟକ ଅଟେ । ଏହାର ନିୟମିତ ବ୍ୟବହାର ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ବଡି ବିଲ୍ଡିଂ କରୁଛନ୍ତି ଓ ଓଜନ ବଢାଇବାକୁ ଚାହୁଁଛନ୍ତି, ଖଜୁରୀ ଆପଣଙ୍କୁ ସାହାଯ୍ୟ କରିପାରିବ । କ୍ଷୀର ଓ ଖଜୁରୀରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ, ଯାହା ଓଜନ ବୃଦ୍ଧି ପାଇଁ ଭଲ ଫଳାଫଳ ଦେଇପାରେ ।

ଭିଟାମିନ୍ଏ , ବି ଖଜୁରୀରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ । ଏହା ସହିତ ଏହା ଆପଣଙ୍କ ଶରୀରରେ ନୂଆ କୋଷ ସୃଷ୍ଟି କରେ । ଖଜୁରୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ସହଜରେ ମୁକ୍ତି ପାଇହୁଏ । କାରଣ ଏଥିରେ ପୋଟାସିୟମ୍ ଥାଏ, ତେଣୁ ଆପଣ ଏହାକୁ କ୍ଷୀରରେ ମିଶାଇ ଏହାକୁ ଖାଇପାରିବେ ।

Get real time updates directly on you device, subscribe now.