fbpx

ମନ୍ଦିର ବାହାରେ କାହିଁକି ବଜାଯାଏ ଘଣ୍ଟି ? ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ କାରଣ

ହିନ୍ଦୁ ଧର୍ମ ଅନୁଯାୟୀ ପ୍ରାୟ ସମସ୍ତେ ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥା’ନ୍ତି । ମନ୍ଦିର ଭିତରକୁ ଯିବା ପୂର୍ବରୁ ମନ୍ଦିର ଦ୍ୱାରରେ ଘଣ୍ଟି ବନ୍ଧାଯାଇଥାଏ । ଯାହାକୁ ଭକ୍ତ ମାନେ ପ୍ରଥମେ ବଜାଇବା ପରେ ମନ୍ଦିର ଭିତରକୁ ପ୍ରବେଶ କରିଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି, ମନ୍ଦିର ବାହାରେ ଘଣ୍ଟି କାହିଁକି ବନ୍ଧାଯାଇଥାଏ ? ଏହା ପଛର କାରଣ କ’ଣ ରହିଛି ? ଆସନ୍ତୁ ଜାଣିବା…

ଘଣ୍ଟିକୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣନା କରାଯାଇଛି । ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ମନୁଷ୍ୟର ଅନେକ ଜନ୍ମର ପାପ ନଷ୍ଟ ହୋଇଥାଏ ବୋଲି କୁହାଯାଇଛି । ଆହୁରି ମଧ୍ୟ କୁହାଯାଏ କି, ଯେବେ ସୃଷ୍ଟିର ଆରମ୍ଭ ହୋଇଥିଲାସେବେର ଧ୍ୱନୀ ଘଣ୍ଟିର ଶବ୍ଦ ପରି ଶୁଣିବାକୁ ମିଳିଥିଲା । ଘଣ୍ଟିର ଶବ୍ଦ ସୃଷ୍ଟିର ପ୍ରଥମ ଧ୍ୱନୀ ବୋଲି ବିବେଚନା କରାଯାଏ । କେବଳ ଧାର୍ମିକ ନୁହେଁ, ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଘଣ୍ଟିର ଶବ୍ଦ ସମାଜ ପାଇଁ ବହୁତ ଭଲ । ଘଣ୍ଟି ବାଜିବା ଦ୍ୱାରା ତାର କମ୍ପନ ଅନେକ ଦୂରଯାଏ ଶୁଣାଯାଇଥାଏ । ଏହି କମ୍ପନର ଶବ୍ଦ ଦ୍ୱାରା ବାୟୁମଣ୍ଡଳର ଜୀବାଣୁମାନେ ନଷ୍ଟ ହୋଇଥା’ନ୍ତି । ଘଣ୍ଟିର ଶବ୍ଦ ମନ୍ଦିରର ଆଖପାଖ ପରିବେଶକୁ ଶୁଦ୍ଧ ରଖିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.