fbpx

ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ କଥା ହେଲେ 5T ସଚିବ

ଗଞ୍ଜାମ,୯/୫(ଓଡିଶା ଭାସ୍କର): ପୁରୀ ପରେ ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ କଥା ହୋଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । କ୍ବାରେଣ୍ଟାଇନ୍ ସେଣ୍ଟର ପରିଚାଳନାରେ ସେମାନଙ୍କ ଭୂମିକା ନେଇ ଆଲୋଚନା କରିବା ସହ ସେ କହିଛନ୍ତି ଯେ, ‘ଗଞ୍ଜାମରୁ ବାହାରିଥିବା ସବୁ ପଜିଟିଭ ରାଜ୍ୟ ବାହାରୁ ଫେରିଛନ୍ତି। ସେମାନଙ୍କୁ ସଂଗରୋଧରେ ରଖାଯାଇଛି । ତେଣୁ ଭୟର ଆଶଙ୍କା ନାହିଁ ।’

ଏହା ସହ ସରପଞ୍ଚମାନଙ୍କୁ ସେମାନଙ୍କ ନେତୃତ୍ବ ଓ ଭୂମିକା ବିଷୟରେ ବୁଝାଇ 5ଟି ସଚିବ କହିିିଛନ୍ତି ଯେ, ‘କ୍ବାରେନ୍‌ଟାଇନ୍‌ କେନ୍ଦ୍ରର ରକ୍ଷଣାବେକ୍ଷଣ ସଫଳତାର ନିର୍ଣ୍ଣାୟକ ହେବ । ଏଥିରେ ସରପଞ୍ଚମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। ଏହାକୁ ହୃଦୟଙ୍ଗମ କରି ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି। ଏଭଳି କଠିନ ସମୟରେ ସରପଞ୍ଚଙ୍କ ଭୂମିକା ଗାଁ ଲୋକଙ୍କ ଦ୍ବାରା ସର୍ବଦା ଅଧିକ ସ୍ମରଣୀୟ ହୋଇ ରହିବ ।’ ତେବେ ଗାଁରେ କୋରୋନାକୁ ପୂରାଇ ନଦେଲେ ସରପଞ୍ଚ ସମ୍ବର୍ଦ୍ଧିତ ହେବେ ବୋଲି ସେ କହିିିଛନ୍ତି।

 

Get real time updates directly on you device, subscribe now.