fbpx

ହ୍ୱାଟ୍ସଆପର ବଡ ଫିଚର୍! ଏଣିକି ଏକାସାଙ୍ଗରେ ୫୦ ଜଣଙ୍କୁ କରିପାରିବେ ଭିଡିଓ କଲ୍

ହ୍ୱାଟ୍ସଆପ ଖୁବଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି, ଯେଉଁଥିରେ ଭିଡିଓକଲିଂର ଅଧିକ ଲାଭ ପାଇବେ ୟୁଜର । ତେବେ ହ୍ୱାଟ୍ସଆପରେ ମେସେଞ୍ଜର ରୁମ୍ସର ପରୀକ୍ଷା ଚାଲିଛି, ଯାହାକି ୱେବ୍ ସଂସ୍କରଣ ପାଇଁ ଉପଲବ୍ଧ ହେବ । ଟୁଇଟ୍ ଦ୍ଵାରା କୁହାଯାଇଛି ଯେ, ଆଗାମୀ ସମୟରେ ହ୍ୱାଟ୍ସଆପରେ ମେସେଞ୍ଜର ରୁମ୍ସର ଅଫର ଯେକୌଣସି ସମୟରେ ଦିଆଯାଇପାରେ, ଯେଉଁଥିରେ ଏକାସାଙ୍ଗରେ ୫୦ ଲୋକ ଭିଡିଓ କଲିଂରେ କଥା ହୋଇପାରିବେ । ମେସେଞ୍ଜର ରୁମ୍ ହେଉଛି ଏକ ସ୍ଥାନ ଯେଉଁଠାରେ ବ୍ୟକ୍ତିଗତ ସ୍ଥାନରେ ଲିଙ୍କ୍ ଅଂଶୀଦାର କରି ଭିଡିଓ କଲିଂ କରାଯାଇପାରିବ । ଯେଉଁମାନେ ଫେସବୁକ୍ ବ୍ୟବହାର କରନ୍ତି ନାହିଁ ସେମାନେ ମଧ୍ୟ ଭିଡିଓ କଲରେ ଯୋଡିହୋଇପାରିବେ ।

Get real time updates directly on you device, subscribe now.