fbpx

RBI ଶୁଣାଇଲା ଖୁସି ଖବର : ଦେଶର ବ୍ୟାଙ୍କ ସରକାର ସହ ମିଶି ୯ ବର୍ଷରେ କରିଲେ ଏହି କାମ

ନୂଆଦିଲ୍ଲୀ : ଗତ ୯ ବର୍ଷ ହେବ ଆରବିଆଇ ଏବଂ ସରକାରଙ୍କ କଠୋରତା ପରେ ବ୍ୟାଙ୍କଗୁଡିକ ଖରାପ ଋଣର ହ୍ରାସ କରିବାକୁ ସରକାର ଏବଂ ରିଜର୍ଭ ବ୍ୟାଙ୍କ ସ୍ତରରେ ନିଆଯାଇଥିଲା କିଛି ପଦକ୍ଷେପ । ଏହି ପଦକ୍ଷେପ ଯୋଗୁଁ ବ୍ୟାଙ୍କଗୁଡିକରୁ ଗତ ୯ ବର୍ଷରେ ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କା ପୁନରୁଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସଂସଦରେ କୁହାଯାଇଥିଲା ଯେ, NPA ପୁନରୁଦ୍ଧାର ଏବଂ ହ୍ରାସ ପାଇଁ ନିଆଯାଇଥିବା ପଦକ୍ଷେପ ମାଧ୍ୟମରେ ବ୍ୟାଙ୍କଗୁଡିକ ଗତ ୯ବର୍ଷ ମଧ୍ୟରେ ମୋଟ ୧୦,୧୬,୬୧୭ କୋଟି ଟଙ୍କା ପୁନରୁଦ୍ଧାର କରିଛନ୍ତି ।

ବିତ୍ତ ରାଜ୍ୟ ମନ୍ତ୍ରୀ ସଂସଦରେ  ଉତ୍ତର ଦେଲେ : ଅର୍ଥମନ୍ତ୍ରୀ ଭାଗବତ କିସାନ୍ରାଓ କରଦ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ଯେ, ଅନୁସୂଚିତ ବାଣିଜ୍ୟକ ବ୍ୟାଙ୍କ ଗୁଡିକ ଦ୍ୱାରା ଏନପିଏ ଶ୍ରେଣୀଭୁକ୍ତ ଏବଂ ୧୦୦୦ କୋଟି ବା ତା’ଠାରୁ ଅଧିକ ବକେୟା ରାଶି ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ୧,୦୩,୯୭୫ କୋଟିରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଗଠିତ ସିଆରଆଇଏଲସି କରଜଦାତାଙ୍କ ଋଣ ବିଷୟରେ ତଥ୍ୟ ସଂଗ୍ରହ, ସଂରକ୍ଷଣ ଏବଂ ବିଶ୍ଲେଷଣ କରିଥାଏ ।

କର୍ପୋରେଟ୍ କମ୍ପାନୀଗୁଡିକ ସହିତ ଜଡିତ NPA ସମେତ NPA ଗୁଡ଼ିକୁ ପୁନରୁଦ୍ଧାର ଏବଂ ହ୍ରାସ କରିବା ପାଇଁ ସରକାର ଏବଂ ଆରବିଆଇ ତରଫରୁ ଶୀଘ୍ର ପଦକ୍ଷେପ ନିଆଯାଇଥିଲା ଜ୍ଝ ଏହାଦ୍ୱାରା ବକେୟା ରାଶିର ପୁନରୁଦ୍ଧାର ସମ୍ଭବ ହୋଇପାରିଛି। ବ୍ୟାଙ୍କଗୁଡିକୁ ସାପ୍ତାହିକ ଭିତ୍ତିରେ ତଥ୍ୟ ପ୍ରଦାନ କରିବା ଆବଶ୍ୟକ ଜ୍ଝ ଆରବିଆଇ ତଥ୍ୟ ଦର୍ଶାଉଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦ କୋଟି ଟଙ୍କା କିମ୍ବା ଅଧିକ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନର ଖରାପ ଋଣର ପରିମାଣ ହ୍ରାସ ପାଇଛି । ୨୦୧୮-୧୯ ଆର୍ଥିକ ବର୍ଷ ଶେଷରେ, ବକେୟା ଏନପିଏ ୭,୦୯,୯୦୭ କୋଟି ଥିଲା ବେଳେ ମାର୍ଚ୍ଚ ୨୦୨୩ରେ ଏହା ୨,୬୬,୪୯୧ କୋଟି ଟଙ୍କାକୁ ଖସି ଆସିଥିଲା।

Get real time updates directly on you device, subscribe now.