fbpx

କୃଷକଙ୍କୁ ମିଳିଲା ବଡ଼ ଉପହାର: ପ୍ରଧାନମନ୍ତ୍ରୀ ଜାରି କେଲେ କିସାନ ସମ୍ମାନ ନିଧିର ୧୪ ତମ କିସ୍ତି

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। କୃଷକମାନେ ଅପେକ୍ଷା କରିଥିବା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୪ ତମ କିସ୍ତି ଆଜି ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ସିକରରେ ଏକ ସରକାରୀ କାର୍ଯ୍ୟକ୍ରମରେ କୃଷକମାନଙ୍କ ପାଇଁ ଏହି ଲାଭଦାୟକ ଯୋଜନା ଅଧୀନରେ ଏହି କିସ୍ତି ପ୍ରକାଶ କରିଛନ୍ତି। ସିଧାସଳଖ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ୨୦୦୦ ଟଙ୍କା ସିଧାସଳଖ ଦେଶର ୮.୫ କୋଟି ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିଛି। ଏହି ୧୪ ତମ କିସ୍ତି ମାଧ୍ୟମରେ ୧୭,୦୦୦ କୋଟିରୁ ଅଧିକ ଟଙ୍କା ଚାଷୀଙ୍କୁ ହସ୍ତାନ୍ତର କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସିକରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଅନେକ ବିକାଶମୂଳକ କାର୍ଯ୍ୟର ମୂଳଦୁଆ ପକାଇଛନ୍ତି। ମେଡିକାଲ କଲେଜକୁ ଉଦ୍ଘାଟନ କରିବା ବ୍ୟତୀତ ସେ ୧.୨୫ ଲକ୍ଷ କିସାନ ସମୃଦ୍ଧି କେନ୍ଦ୍ରର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯଦି ଆମେ ଆଜିର କିସାନ ସମ୍ମାନ ନିଧିର ୧୪ ତମ କିସ୍ତି ଯୋଗ କରୁ, ତେବେ ଏପର୍ଯ୍ୟନ୍ତ ୨.୬୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦେଶର କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଆଜି ୧.୨୫ ଲକ୍ଷ କିସାନ ସମୃଦ୍ଧି କେନ୍ଦ୍ର ଉତ୍ସର୍ଗ କରାଯାଇଛି। ଏହା ମାଧ୍ୟମରେ ଚାଷ ସମ୍ବନ୍ଧୀୟ ପ୍ରତ୍ୟେକ ସୂଚନା, ପ୍ରତ୍ୟେକ ଯୋଜନା ବିଷୟରେ ସୂଚନା, ଏହାର ଲାଭ ଇତ୍ୟାଦି ବିଷୟରେ କୁହାଯିବ। ଆଜି ସେମାନଙ୍କ ଆକାଉଣ୍ଟକୁ ଆସୁଥିବା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ପ୍ରାୟ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

Get real time updates directly on you device, subscribe now.