fbpx

ବଦଳିଲା ମହରମ ଛୁଟି ତାରିଖ: ଜୁଲାଇ ୨୯କୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୁସଲମାନ ସଂପ୍ରଦାୟର ବଳିଦାନ ପର୍ବ ହେଉଛି ମହରମ ପର୍ବ । ଏନେଇ ରାଜ୍ୟ ସରକାର ୨୯ ଜୁଲାଇକୁ ମହରମ ସରକାରୀ ଛୁଟି ରୂପେ ଘୋଷଣା କରିଛନ୍ତି । ଚଳିତ ବର୍ଷ ୨୮ ତାରିଖରେ ପଡୁଥିଲା ମହରମ ଛୁଟି ହେଲେ ଏହା ପରିବର୍ତ୍ତେ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି ।

ମହରମ ଛୁଟି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅବସରରେ ଜୁଲଇ ୨୯ ତାରିଖ ଅର୍ଥାତ ଶନିବାର ଦିନ ସମସ୍ତ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଆଗାମୀ ଅଗଷ୍ଟ ମାସରେ ପର୍ବପର୍ବାଣୀ ହେତୁ ଲମ୍ବା ଛୁଟି ତାଲିକା ରହିଛି । ଏଥର ସମୁଦାୟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.