fbpx

ବାସ୍ତୁଶାସ୍ତ୍ର: ଶୋଇବା ସମୟରେ କରନ୍ତୁ ନାହିଁ ଏପରି ଭୁଲ , ଜାଣନ୍ତୁ ଏହାର କୁ-ପ୍ରଭାବ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବା ନିହାତି ଆବଶ୍ୟକ। କାରଣ ଏହାକୁ ନ ମାନିଲେ ମନ ଭାରାକ୍ରାନ୍ତ ରହିବା ସହ ଭଲ ନିଦ ହୋଇ ନଥାଏ। ଏପରିକି ବେଳେବେଳେ ଏହାର କୁ-ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡିଥାଏ। ଯେମିତିକି:

– ଶଯ୍ୟା ସମ୍ମୁଖରେ ଭୁଲ୍‌ରେ କେବେ ବି ଦର୍ପଣ ରଖିବେ ନାହିଁ। କାରଣ ଶୋଇବା ସମୟର ଛବି ଦର୍ପଣରେ ପ୍ରତିଫଳିତ ହେଲେ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

– ବାସ୍ତୁଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗକୁ ମୁଣ୍ଡକରି ଶୋଇଲେ ଖୁସି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ପୂର୍ବ ଦିଗକୁ ମୁଣ୍ଡକରି ଶୋଇଲେ ସ୍ବାସ୍ଥ୍ୟ ଭଲ ରହିଥାଏ। ଆବଶ୍ୟକ ପଡିଲେ ପଶ୍ଚିମ ଦିଗକୁ ମୁଣ୍ଡକରି ଶୋଇହେବ କିନ୍ତୁ କେବେ ବି ଉତ୍ତର ଦିଗକୁ ମୁଣ୍ଡକରି ଶୋଇବେ ନାହିଁ। କାରଣ ଏହାଦ୍ୱାରା ଶରୀର ରୋଗାଗ୍ରସ୍ତ ହେବା ଓ ଧନହାନି ହେବାର ସମ୍ଭାବନା ରହିଥାଏ।

– ସେହିପରି ଶୋଇଲା ବେଳେ ମୁଣ୍ଡ ପାଖରେ ଖବରକାଗଜ, ବହି, ପତ୍ରପତ୍ରିକା ଆଦି ରଖିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ମନରେ ଉତ୍ତେଜନା ସୃଷ୍ଟି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

– ଅନ୍ୟପକ୍ଷେ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌, ଘଣ୍ଟା ଆଦି ସାମଗ୍ରୀକୁ କେବେ ବି ମୁଣ୍ଡ ପାଖରେ ରଖି ଶୋଇବେ ନାହିଁ। କାରଣ ଏହାର ଅନେକ କୁ-ପ୍ରଭାବ ଆମ ମସ୍ତିଷ୍କ ଉପରେ ପଡିଥାଏ।

– ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ଶଯ୍ୟା ପାଖରେ କେବେ ବି ହେମଦସ୍ତା କିମ୍ବା କୌଣସି ପ୍ରକାରର କୁଟାକୁଟି ଜିନିଷ ରଖିବା ଉଚିତ୍‌ ନୁହେଁ। କାରଣ ଏହାଦ୍ୱାରା ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।

Get real time updates directly on you device, subscribe now.