ଶ୍ରୀକ୍ଷେତ୍ର ଧାମରେ ଚୋରି! ଶ୍ରୀମନ୍ଦିର ପରିସରରେ ପଡ଼ି ରହିଛି ଭଙ୍ଗା ଦାନବାକ୍ସ ଓ ଲୁହାଛଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ଆଜି ଏତେ ତଳକୁ ଖସି ଯାଇଛି ଯେ ଦେବାଦେବୀଙ୍କ ମନ୍ଦିରରୁ ମଧ୍ୟ ଲୁଟ୍ କରିବାକୁ ପଛାଉ ନାହିଁ । ଏହା ମଧ୍ୟରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ପୁରୀରୁ ଆସିଛି ଏକ ବଡ଼ ଖବର । ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ପରିସରରେ ଭଙ୍ଗା ଦାନବାକ୍ସ ଓ ଲୁହାଛଡ଼ା ପଡ଼ିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡ଼ିଛି ।

ତେବେ ମହାପ୍ରଭୁଙ୍କ ଶ୍ରୀମନ୍ଦିରରୁ ଚୋରି ଘଟଣା ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ନିରାଶା ଖେଳି ଯାଇଛି । କେଉଁ ସମୟରେ କିଏ ଚୋରି କରିଛି ସେନେଇ ଏବେ ଚର୍ଚ୍ଚା ଜାରି ରହିଛି । ଶ୍ରୀମନ୍ଦିର ପରିସରରେ ଭଙ୍ଗା ଦାନବାକ୍ସ ଓ ଲୁହାଛଡ଼ା ପଡ଼ିରହିଥିବାରୁ ଚୋରି ନେଇ ସନ୍ଦେହ ଅଧିକ ଦୃଢ଼ୀଭୂତ ହେବାରେ ଲାଗିଛି । ଦକ୍ଷିଣ ଦ୍ୱାର ଗୁମୁଟରୁ ଚୋର ଏହି ଲୁଟ୍ କରିଥିବା କୁହାଯାଉଛି । ଚୋରକୁ ଧରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

ସୂଚନାଯୋଗ୍ୟ ଯେ, ଅନେକ ସମୟରେ କିଛି ବ୍ୟକ୍ତି ଶ୍ରୀମନ୍ଦିରରେ ସମ୍ବେଦନଶୀଳ ଅଞ୍ଚଳକୁ ବେଆଇନ ଭାବେ କିଛି ବ୍ୟକ୍ତି ପଶିଯାଇଥାନ୍ତି । ଏଥିସହିତ କିଛି ବ୍ୟକ୍ତି ମୋବାଇଲ ନେଇ ମଧ୍ୟ ମନ୍ଦିର ଭିତରେ ପ୍ରବେଶ କରିଥାନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବର୍ଷ ସାରା ପୁରୀରେ ଭକ୍ତଙ୍କର ପ୍ରବଳ ଭିଡ଼ ଜମୁଥିବାରୁ ସୁରକ୍ଷା ପାଇଁ ପୋଲିସ ସବୁବେଳେ ମୁତୟନ ରହିଥାନ୍ତି । ଅନେକ ସମୟରେ କିଛି ବଡ଼ ଅଘଟଣ ଘଟି ସେବାୟତ ଆହତ ହୋଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା ।