ଚମତ୍କାର କଲେ ଭାରତ-ଜାପାନ ବୈଜ୍ଞାନିକ: ହିମାଳୟରେ ଆବିସ୍କାର କଲେ ୬୦୦ ମିଲିୟନ ବର୍ଷ ପୁରୁଣା ମହାସାଗର

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ୍‌ସୀ) ଏବଂ ଜାପାନର ନିଗାଟା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ହିମାଳୟରେ ପ୍ରାୟ ୬୦୦ ନିୟୁତ ବର୍ଷ ପୁରୁଣା ସମୁଦ୍ର ଜଳ ଆବିଷ୍କାର କରିଛନ୍ତି । ସମୁଦ୍ର ଜଳର ଏହି ବୁନ୍ଦା ଖଣିଜ ଜମା ମଧ୍ୟରେ ଥିଲା । ବେଙ୍ଗାଲୁରୁ ସ୍ଥିତ ଆଇଆଇଏସ୍‌ସି ଗୁରୁବାର ଏକ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି । ସେଠାରେ ସଂଗୃହିତ ଜମାଗୁଡ଼ିକରେ ଉଭୟ କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ କାର୍ବୋନାଟ୍ ରହିଥିଲା ।

ଏଥିରେ କୁହାଯାଇଛି ଯେ, ଜମା ରହିଥିବା ଖଣିଜ ପଦର୍ଥାର ବିଶ୍ଳେଷଣରେ ବିଶେଷଜ୍ଞ ଟିମ୍‌କୁ ଏହି ସୂଚନା ମିଳିଥିଲା ଯେଉଁଥିରେ ପୃଥିବୀ ଇତିହାସର ପ୍ରମୁଖ ଅମ୍ଳଜାନ ଆବିସ୍କାରର କାରଣ ହୋଇପାରେ । ବୟାନ୍ ଅନୁସାରେ ବୈଜ୍ଞାନିକଙ୍କ କହିବା ମୁତାବକ ୭୦-୫୦ କୋଟି ବର୍ଷ ପୁର୍ବେ ପୃଥିବୀର ବରଫର ମୋଟା ଆସ୍ତରଣରେ ଢାଙ୍କି ହୋଇଥିଲା । ଏହାପରେ ପୃଥିବିରେ ଅମ୍ଳଜାନର ମାତ୍ରା ବୃଦ୍ଧି ପାଇଥିଲା ଯେଉଁଥିରେ ଜୀବନ ରୂପର ବିକାଶ ହୋଇଥିଲା ।

ଆଇଆଇଏସ୍‌ସି ଏହା ମଧ୍ୟ କହିଛି ଯେ, ବର୍ତ୍ତମାନ ସୁଦ୍ଧା ଏହା ଭଲ ଭାବରେ ବୁଝାପଡୁ ନାହିଁ ତାହା ହେଉଛି ସଂରକ୍ଷିତ ଜୀବାଶ୍ମର ଅଭାବ ଏବଂ ପୃଥିବୀ ଇତିହାସରେ ସମସ୍ତ ପୁରୁଣା ମହାସାଗରର ଅଦୃଶ୍ୟତା ମଧ୍ୟରେ ସମ୍ପର୍କ ଥିଲା କି ନାହିଁ । ସେ କହିଛନ୍ତି ଯେ ହିମାଳୟରେ ଏହିପରି ସାମୁଦ୍ରିକ ପଥର ଚିହ୍ନଟ ହେବା କିଛି ଉତ୍ତର ଦେଇପାରେ । ଏହାଦ୍ୱାରା ପୃଥିବୀର ପ୍ରାଚୀନ ଜଳବାୟୁ ବାବଦରେ ସୂଚନା ମିଳିପାରିବ ବୋଲି ଅନୁମାନ କରାଯାଉଛି ।

ସେଣ୍ଟର ଫର ଆର୍ଥ ସାଇନ୍ସ (ସିଏଏସ୍‌) ର ଅନୁସନ୍ଧାନକାରୀ ତଥା ‘ପ୍ରେକମ୍ବ୍ରିଆନ୍ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶିତ ଅଧ୍ୟୟନର ପ୍ରଥମ ଲେଖକ ପ୍ରକାଶ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ଆମେ ପୁରାତନ ମହାସାଗର ବିଷୟରେ ଅଧିକ କିଛି ଜାଣି ନାହୁଁ । ସେମାନେ ବର୍ତ୍ତମାନର ମହାସାଗର ସହିତ କେତେ ସମାନ ବା ଭିନ୍ନ ଥିଲେ? ସେମାନେ ଅଧିକ ଅମ୍ଳୀୟ କିମ୍ବା କ୍ଷାରୀୟ ଥିଲେ, ପୋଷକ ତତ୍ତ୍ୱରେ ଭରପୂର, ଗରମ କିମ୍ବା ଥଣ୍ଡା, ସେମାନଙ୍କର ରାସାୟନିକ ଏବଂ ଆଇସୋଟୋପିକ୍ ରଚନା କ’ଣ ଥିଲା? ‘ ସେ କହିଥିଲେ କି ଏହି ପ୍ରକାର ବିଶ୍ଳେଷଣରେ ପୃଥିବି ଉପରେ ପ୍ରାଚୀନ ଜଳବାୟୁ ବିଷୟରେ ସୂଚନା ମିଳିପାରେ ।