fbpx

ଘରର କେଉଁ ଦିଗରେ ଦର୍ପଣ ରଖିଲେ ମିଳିବ ଶୁଭଫଳ ? ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହରେ ଶାନ୍ତି ବଜାୟ ରଖିବା ପାଇଁ ଦର୍ପଣର ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଘରର କେଉଁ ସ୍ଥାନରେ ଦର୍ପଣ ରଖିଲେ କି ପ୍ରକାରର ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

– ଦୁଇଟି ଦର୍ପଣକୁ କେବେ ବି ସାମ୍ନାସାମ୍ନି ରଖିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ପରିବାରରେ ସନ୍ଦେହର ବାତାବରଣ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

– ଯେହେତୁ ଉତ୍ତର ଦିଗର ସ୍ବାମୀ ହେଲେ ଭଗବାନ କୁବେର ଏବଂ ପୂର୍ବ ଦିଗର ସ୍ବାମୀ ଭଗବାନ ସୂର୍ଯ୍ୟ ଅଟନ୍ତି। ତେଣୁ ଏହି ଦୁଇ ଦିଗରେ ଦର୍ପଣ ଲଗାଇବା ଶୁଭ ହୋଇଥାଏ।

– କିନ୍ତୁ ଭୁଲ୍‌ରେ ବି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଦର୍ପଣ ଲଗାଇବା କିମ୍ବା ରଖିବା ଠିକ୍‌ ନୁହେଁ। କାରଣ ଦକ୍ଷିଣ ଦିଗର ସ୍ବାମୀ ହେଲେ ପ୍ରଭୁ ଯମରାଜ ଏବଂ ପଶ୍ଚିମ ଦିଗର ଦେବତା ହେଲେ ଶନିଦେବ। ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଯଦି ଏହି ଦୁଇ ଦିଗରେ ଦର୍ପଣ ଲଗାଯାଏ; ତା’ହେଲେ ଗୃହରେ ସର୍ବଦା ଅଶାନ୍ତି ଲାଗି ରହିଥାଏ।

– ଦର୍ପଣକୁ ସର୍ବଦା ସଫାସୁତୁରା ରଖିବା ଦରକାର। ତା’ସହିତ ଧ୍ୟାନ ଦେବେ ଦର୍ପଣରେ ଯେମିତି କୌଣସି ବିପଦପୂର୍ଣ୍ଣ ବସ୍ତୁ ବା ଅଶୁଭ ବସ୍ତୁର ପ୍ରତିଫଳନ ହେଉ ନ ଥିବ। ଯେମିତି କି: ଛୁରି, କିଛି ବି ମାରଣାସ୍ତ୍ର, ଗ୍ୟାସ, ଡଷ୍ଟବିନ୍‌ର ଅଳିଆ ଆବର୍ଜନା, ଖରାପ ହୋଇଯାଇଥିବା କୌଣସି ବସ୍ତୁ ଇତ୍ୟାଦି। କାରଣ ଏହାଦ୍ୱାରା ଗୃହରେ ନକାରାତ୍ମକ ଊର୍ଜା ଉତ୍ପର୍ଣ୍ଣ ହୋଇଥାଏ।

Get real time updates directly on you device, subscribe now.