ୱାର୍କପ୍ଲେସ୍ ହାବିଟକୁ ନେଇ ସର୍ଭେ, କାମ ସମୟରେ ଛୋଟ ଛୋଟ ବ୍ରେକ୍ ଡାଇବେଟିସ ଓ ବିପି ପରି ରୋଗକୁ ନିୟନ୍ତ୍ରଣରେ ରଖିଥାଏ
ନୂଆଦିଲ୍ଲୀ: ପ୍ରାୟ ସମୟରେ ଲୋକମାନେ କହୁଥିବାର ଶୁଣାଯାଏ ଯେ, ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି । ଏଣୁ ନିଜ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ଲାଗି ୱାର୍କିଂ ପିରିୟଡ ସମୟରେ ଛୋଟ ଛୋଟ ବ୍ରେକ ନେବା ଜରୁରୀ । ଏକ ନୂଆ ରିପୋର୍ଟରେ ଦାବୀ କରାଯାଇଛି ଯେ, କାମ ସମୟରେ ବ୍ରେକ୍ ଡାଇବେଟିସ ଓ ବିପି ପରି ରୋଗକୁ ନିୟନ୍ତ୍ରଣରେ ରଖିବା ଲାଗି ସହାୟକ ହୋଇଥାଏ ।
ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆ, ମାଡ୍ରାସ ଡାଇବେଟିସ ରିସର୍ଚ୍ଚ ଫାଉଣ୍ଡେସନ, ଏମୋରୀ ଓ ହାବାର୍ଡ ୟୁନିଭରସିଟି ପକ୍ଷରୁ ମିଳିତ ଭାବରେ ୱାର୍କପ୍ଲେସ୍ ହାବିଟକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ହେଲଦି ୱାର୍କପ୍ଲେସ ହାବିଟ୍ କର୍ମଚାରୀଙ୍କୁ ଡାଇବେଟିସ, ମୋଟାପା, ବିପି ପରି ରୋଗ ସହ ଲଢିବା ପାଇଁ ସହାୟକ ହୋଇଥାଏ । ଅଫିସରେ କାମ ମଝିରେ ଛୋଟ ଛୋଟ ବ୍ରେକ ଓ ସ୍ମାର୍ଟ ଇଟିଂ ହାବିଟ୍ ଦ୍ୱାରା ଦ୍ୱାରା ବହୁ କର୍ମଚାରୀ ଟାଇପ୍ ୨ ଡାଇବେଟିସ ସ୍ତରକୁ ନିୟନ୍ତ୍ରଣରେ ରଖିପାରିବେ । ଏହା ବ୍ୟତିତ ଏପରି କରିବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିବା ସହିତ ବ୍ଲଡ ପ୍ରେସର ବି ନିୟନ୍ତ୍ରଣରେ ରହିବ ।
ଇଣ୍ଟିଗ୍ରେଟିଙ୍ଗ ଡାଇବେଟିସ ପ୍ରିଭେନସନ୍ ଇନ୍ ୱାର୍କପ୍ଲେସ୍ ରିପୋର୍ଟରେ କୁହାଯାଇଛି କାର୍ଯ୍ୟକ୍ଷେତ୍ରରେ ଏହି ଅଭ୍ୟାସ କାରଣରୁ ୨୫ ପ୍ରତିଶତ ପ୍ରତିଭାଗୀଙ୍କର ରକ୍ତ ଶର୍କରା ସ୍ତର ସ୍ୱଭାବିକ ହୋଇଯାଇଥିଲା ଓ ଏହି ସ୍ତର ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ବଜାୟ ରହିଥିଲା । ଏହି ରିପୋର୍ଟ ଏଇଥିପାଇଁ ମହତ୍ତ୍ୱପୂର୍ଣ୍ଣ ଏହା ଜୀବନଶୈଳୀରେ ସୁଧାର ଆଣିବା ଦିଗରେ ଏକ ବ୍ୟବହାରିକ ଉପାୟ ଉପସ୍ଥାପନ କରିଥାଏ । ଏହା ସୂଚାଇ ଥାଏ ଯେ, କର୍ପୋରେଟ୍ ୱାର୍କ କଲଚରରେ ନିଜର ଦୈନିକ କାର୍ଯ୍ୟଶୈଳୀରେ ହାଲ୍କା ସୁଧାର ଆଣିବା ଦ୍ୱାରା ଆପଣମାନେ ହେଭି ଏକ୍ସରସାଇଜର ବୋଝକୁ ବି କମ୍ କରିପାରିବେ ।
ସେହିପରି ଏହି ରିପୋର୍ଟରେ କୁହାଯାଇଛି ଆମେ ଦ୍ରୁତ ଗତି ପରିବର୍ତ୍ତେ ଯଦି ବ୍ରିକ୍ସ ୱାକ ପରି ଶାରୀରିକ ଗତିବିଧିକୁ ପ୍ରତି ସପ୍ତାହରେ ୧୫୦ ମିନିଟ ପର୍ଯ୍ୟନ୍ତ ବଢାଇ ପାରିବା ତେବେ ୭ ପ୍ରତିଶତ ପର୍ଯ୍ୟନ୍ତ ମୋଟାପାକୁ ବି ନିୟନ୍ତ୍ରଣ କରିପାରିବା । ଏହା ସତ ଯେ, ଆମେ ଶାରୀରିକ ରୂପରେ ଯେତେ ସକ୍ରିୟ ରହିବା ସେତେ ଭଲ ଭାବରେ ଅଫିସରେ କାମ କରିପାରିବା ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଭାରତରେ ପ୍ରାୟ ୧୦ କୋଟି ଲୋକ ଡାଇବେଟିସ, ୧୩ କୋଟି ୬୦ ଲକ୍ଷ ଲୋକ ପ୍ରି ଡାଇବେଟିସ ଓ ୩୧.୫ କୋଟି ଲୋକ ଉଚ୍ଚ ରକ୍ତଚାପରେ ପୀଡିତ ।