fbpx

ଆଖଣ୍ଡଳମଣିକୁ ଯୋଗାଯୋଗ ଠପ୍,ବନ୍ୟାପାଣିରେ ସ୍ଥିତି ବେହାଲ

ଭଦ୍ରକ : ବନ୍ୟାଜଳରେ ଭଦ୍ରକର ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଯାହା ଫଳରେ ସେଠାକାର ସ୍ଥିତି ବର୍ତ୍ତମାନ ବେହାଲ ହୋଇ ପଡିଛି । ଜିଲ୍ଲାର ଅସୁରାଳ ବଜାର ଉପରେ ଏବେ ୩ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେତୁ ପ୍ରସିଦ୍ଧ ଆରଡ଼ି ଅଞ୍ଚଳର ଆଖଣ୍ଡଳମଣିକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେପଟେ ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ଥିବାବେଳେ ସକାଳ ୭ଟା ସୁଦ୍ଧା ୧୮.୩୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ ।

ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି । ଭଦ୍ରକ ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସାଳନ୍ଦୀରେ ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଉପର ମୁଣ୍ଡରୁ ଜଳସ୍ତର କମ ହେଉଥିବା ବେଳେ ଉପରସ୍ତରରେ ବନ୍ୟାଜଳ ପ୍ରବେଶ କରୁଛି । ଘଊଜୠ, ଓଡ୍ରାଫ ଓ ଅଗ୍ନିସମ୍ବହିନୀ ବିଭିନ୍ନ ସ୍ଥାନରେ ମୃତୟନ ହୋଇଛି । ଜିଲ୍ଲାର ଧୁଷୁରୀ, ଅସୁରାଳି, କଶିମପୁର, ହାସନାବାଦ, ପଙ୍ଗଟା, ଫଳପୁର, ଆଦି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ଏହା ଉପରେ ନଜର ରଖିଛି ପ୍ରଶାସନ। ଅନ୍ୟପଟେ ଧାମନଗର ଫଳପୁରରୁ ୮ ଜଣଙ୍କୁ ଉଦ୍ଧାର କରିଛି ଘଊଜୠ ଟିମ । ଅନେକ ପଞ୍ଚାୟତ ଏବେ ମଧ୍ୟ ଜଳବନ୍ଦୀ ହୋଇ ରହିଛି ,ଯାହା ଫଳରେ ଲୋକେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଛନ୍ତି । ଗତ କିଛି ଦିନ ହେବ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ଲୋକେ ।

ବନ୍ୟା ପାଇଁ ଜିଲ୍ଲାର ୪ ବ୍ଲକରେ ସମସ୍ତ ସ୍କୁଲ ବନ୍ଦ ଘୋଷଣା । ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ ର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସରକାରୀ ଓ ଘରୋଇ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ଅନ୍ୟ ସବୁ ବ୍ଲକରେ ସ୍କୁଲ ଖୋଲା ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.