fbpx

ପଟଣା ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ଉଡାଣ ବେଳେ ବନ୍ଦ ହୋଇଗଲା ଇଞ୍ଜିନ

ପାଟଣା: ବିହାରର ପାଟନା ବିମାନବନ୍ଦରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଏୟାରପୋର୍ଟରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପାଟଣା ଏୟାରପୋର୍ଟରେ ଶୁକ୍ରବାର ଦିନ ଯାନ୍ତ୍ରିକ ତ୍ରୁଟି କାରଣରୁ ଇଣ୍ଡିଗୋ ବିମାନ ସଂଖ୍ୟା ୬ଇ୨୪୩୩ର ଏମରଜେନ୍ସି ଲ୍ୟାଣ୍ଡିଙ୍ଗ ହୋଇଛି ।

ଏହି ବିମାନ ପାଟଣାରୁ ଦିଲ୍ଲୀକୁ ଯାତ୍ରା କରୁଥିଲା । ବିମାନଟି ଉଡାଣ ଭରିବା ମାତ୍ରେ କିଛି ଯାନ୍ତ୍ରିକ ତ୍ରୁଟି ସମ୍ମୁଖୀନ ହୋଇଥିଲା । ଯେଉଁ କାରଣରୁ ବିମାନକୁ ପୁଣି ଥରେ ପାଟଣା ଏୟାରପୋର୍ଟକୁ ଫେରିବାକୁ ପଡିଥିଲା । କୁହାଯାଉଛି ଏହି ବିମାନର ଇଞ୍ଜିନ ଉଡାଣ ସମୟରେ ବନ୍ଦ ହୋଇଯାଇଥିଲା । ଯାହାପରେ ସଙ୍ଗେ ସଙ୍ଗେ ପାଟଣା ଏୟାରପୋର୍ଟରେ ଏମରର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରାଗଲା ।

ସୂଚନା ମୁତାବକ, ଏୟାରପୋର୍ଟରେ ଏପରି ଜରୁରୀକାଳୀନ ଅବତରଣରେ ବିମାନରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ । ହେଲେ ଆଶ୍ୱସ୍ତିର କଥା ଏହା ଯେ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବିମାନଟି ଠିକ୍ ହେବା ପରେ ଉଡାଣ ଭରିବ । ତେବେ ଏହି ବିମାନରେ ଥିବା ଯାତ୍ରୀମାନଙ୍କୁ ସଙ୍ଗେସଙ୍ଗେ ଅନ୍ୟ ଏକ ବିମାନରେ ପଠାଯିବା ବ୍ୟବସ୍ଥା କରାଯାଉଛି ।

Get real time updates directly on you device, subscribe now.