fbpx

ସତ ହେଉଛି ମାଳିକା, ନାରୀ-ପୁରୁଷ ହେବେ ସମଲିଙ୍ଗୀ… ଖାଦ୍ୟରେ ରହିବନି ସ୍ୱାଦ, ଧ୍ୱଂସ ହେବ କି ପୃଥିବୀ?

ନାରୀ ପୁରୁଷ ହେବେ ସମଲିଙ୍ଗୀ, ପୁଅ ମାରିବ ବାପକୁ ମାଡ ଆଉ ଖାଦ୍ୟରେ ରହିବନି ଆଉ ସ୍ୱାଦ । ଏସବୁ ହେଉଛି ମହାପୁରୁଷଙ୍କର ସେହି ଭବିଷ୍ୟବାଣୀ । ଯାହା ମାଳିକାରେ ଉଲ୍ଲେକ ରହିଛି । ସେ ବି ବହୁବର୍ଷ ପୂର୍ବରୁ । ଆଉ ଏବେ ମାଳିକାର ଅକ୍ଷୂର୍ଣ୍ଣ ବଚନ ସତ ହୋଇ ଚାଲିଛି । କଳିକାଳରେ ମାଳିକାର କଟୁ କଥନ ଲୋକଙ୍କୁ ବିଶ୍ୱାସ ନହେଲେ ବି ଆଜି ସବୁ ଗୋଟି ଗୋଟି କରି ଘଟୁଛି ।

ମାଳିକାର ସେହି ଅକ୍ଷୂର୍ଣ୍ଣ ବଚନ ହିଁ କହିଯାଇଛି, ଏଥିରେ ଲେଖାଥିବା ପ୍ରତିଟି ଅକ୍ଷର ସତ ହେବ । ମାଳିକାର ଏହି ସ୍ୱର୍ଣ୍ଣ ଅକ୍ଷରରେ ଯାହା ସବୁ ଲେଖା ହୋଇଛି । ତାହା ଆଜି ମଣିଷ ସମାଜ ସହ ଘଟି ଚାଲିଛି । ମାଳିକା କହିଛି, ଜୀବଜନ୍ତୁ ତଥା ଗୋମାତାଙ୍କୁ ଏଭଳି ଅତ୍ୟାଚାର କରାଯିବ ଯେ, ଭଲ ଗାଈ ମାନେ ସବୁ ଲୋପ ପାଇଯିବେ । ଆଉ ବଞ୍ଚି ଯାଇଥିବା ହାଇବ୍ରିଡ ଗାଈଙ୍କ ଠାରୁ ମିଳୁଥିବା ଦୁଗ୍ଧ, ଘୃତ, ଦହି ଇତ୍ୟାଦିରେ ନକଲି ତଥା କୃତ୍ରିମ ପଦାର୍ଥ ମିଶାଇ ତାକୁ ସ୍ୱାଦ ଏବଂ ବାସ୍ନାଯୁକ୍ତ କରାଯିବ । ଏଥିରେ କୌଣସି ବି ଶରୀର ପାଇଁ ଉପେଯାଗୀ ଜିନିଷ ନଥିବ । ଯାହାକୁ ଖାଇ ମଣିଷ କାମନା ପ୍ରବଣ ହେବ ଆଉ ରୋଗାଗ୍ରସ୍ତ ହେବ । ଏବେ ଏହା ସତରେ ପରିଣତ ହୋଇଛି ।

ଏଥିରେ ଆହୁରି ମଧ୍ୟ ଲେଖା ଯାଇଛି, କଳିଯୁଗରେ ମଣିଷ ନିଜର ସବୁ ହିତାହତ ଜ୍ଞାନ ହରାଇ ବସିବ । ଘରର କୂଳବଧୂମାନେ ସ୍ୱାମୀଙ୍କୁ ମାଡ ମାରିବେ । ସ୍ୱାମୀମାନେ ନିଜ ସ୍ତ୍ରୀଙ୍କୁ ଛାଡି ବେଶ୍ୟାଳୟକୁ ଚାଲିଯିବେ । ଏହା ଛଡା କାମନା ବାସନାରେ ଉଭୟ ସ୍ୱାମୀ ସ୍ତ୍ରୀ ଏଭଳି ଗ୍ରସୀତ ହେବେ ଯେ, ତାଙ୍କ ଠାରୁ ଜନ୍ମିତ ସନ୍ତାନ ସମାଜର କୌଣସି ହିତ କାମରେ ରହିବେ ନାହିଁ । ମଣିଷ ଭିତରେ କଳି ପ୍ରବୃତି ଏତେ ବୃଦ୍ଧି ପାଇବ ଯେ, ମଣିଷ ଲାଭ କ୍ରୋଧ, କାମନା ବାସନାକୁ ହିଁ ସର୍ବସ୍ୱ ମଣିବ । ସାମନ୍ୟ ସ୍ୱାର୍ଥ ପାଇଁ ମଣିଷ ହତ୍ୟା ଭଳି ଅପରାଧ ମଧ୍ୟ କରିବାକୁ ପଛେଇବ ନାହିଁ । ଆଉ ଏସବୁ ହେବ ଏହି କଳିଯୁଗରେ ହିଁ । ଏମିତି କି ନାରୀମାନେ ନାରୀମାନଙ୍କୁ ହିଁ ରମଣ କରିବେ ଏବଂ ପୁରୁଷମାନେ ପୁରୁଷଙ୍କ ସହ ସଂପର୍କ ସ୍ଥାପନ କରିବେ । ଯାହା ଏବେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ।

ଏଠାରେ ମାଳିକାରେ ଯାହା ଲେଖା ଯାଇଛି, ତାହା କେବଳ ମଣିଷଙ୍କ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଇପାରେ । ଯାହାଦ୍ୱାରା ମଣିଷ ଏସବୁ ଜାଣିବା ପରେ ସତର୍କ ହୋଇପାରିବ । ଏଥିରେ ଯେ କେବଳ ମଣିଷଙ୍କ ପାଇଁ ନକରାତ୍ମକ ବାଣୀ ଲେଖାଯାଇଛି ତାହା ନୁହେଁ, କଳିର ପ୍ରଭାବରୁ କେମିତି ନିସ୍ତାର ପାଇବେ, ତାହା ମଧ୍ୟ ଲେଖି ଯାଇଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ । ଘୋର କଳିରୁ ମୁକ୍ତି ପାଇବା ପାଇଁ କେବଳ ମହାପ୍ରଭୁଙ୍କର ନାମ ହିଁ ଏକମାତ୍ର ସାହାରା । କଳିର ପାପ ସାଗରରୁ ପ୍ରଭୁଙ୍କ ନାମ ହଁ ମଣିଷକୁ ପ୍ରକୃତ ରାସ୍ତା ଦେଖାଇପାରିବ ବୋଲି ମାଳିକାରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.