fbpx

ମଣିପୁରରେ ପୁଣି ହିଂସା: ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା, ଅନେକଙ୍କର ଘର ଜାଳିଦେଲେ

ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବିଷ୍ଣୁପୁରରେ ଉପଦ୍ରବକାରୀମାନେ ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା କରିଛନ୍ତି । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳରେ ପ୍ରବେଶ କରି ଫାୟାରିଂ କରିଥିଲେ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ଉପଦ୍ରବକାରୀମାନେ କିଛି ଲୋକଙ୍କର ଘର ଜାଳିଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

ଖବର ମୁତାବକ, ରାଜ୍ୟର ବିଷ୍ଣୁପୁର ଜିଲ୍ଲାରେ ଗତକାଲି ରାତିରେ ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା କରାଯାଇଛି । ଏଥିସହିତ ଉପଦ୍ରବକାରୀମାନେ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳକୁ ଆସିଥିଲେ ଓ ଗୁଳିମାଡ଼ କରିଥିଲେ । ଜିଲ୍ଲାର କ୍ୱାକଟା ଅଞ୍ଚଳଠାରୁ ଦୁଇ କିମି ଦୂରରେ କେନ୍ଦ୍ରୀୟ ବଳ ପକ୍ଷରୁ ବଫର ଜୋନ ନିର୍ମାଣ କରାଯାଇଥିଲା ।

ଏହା ପୂର୍ବରୁ ଗତ ୩ ତାରିଖ ସନ୍ଧ୍ୟାରେ ବିଷ୍ଣୁପୁରର କିଛି ଅଞ୍ଚଳରେ ଫାୟାରିଂ କରାଯାଇଥିଲା । ଫଳରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା । ଉପଦ୍ରବକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସୁରକ୍ଷା ବଳଙ୍କ ପକ୍ଷରୁ ୭ଟି ଅବୈଧ ବଙ୍କରକୁ ନଷ୍ଟ କରି ଦିଆଯାଇଥିବା ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଛି । ଉପଦ୍ରବକାରୀମାନେ ଜିଲ୍ଲାର ଦ୍ୱିତୀୟ ଆରଇଆରବି ୟୁନିଟ ଉପରେ ଆକ୍ରମଣ କରିବା ସହିତ ଗୁଳି, ବାରୁଦ ସମେତ ଅନେକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ । ଏଥିସହିତ ସେମାନେ ମଣିପୁର ରାଇଫଲ୍ସର ଦ୍ୱିତୀୟ ଓ ୭ଟିୟୁ ବାଟାଲିୟନରୁ ହତିଆର ଓ ଗୁଳି ଲୁଟିବାକୁ ପ୍ରୟାସ କରୁଥିଲେ, ମାତ୍ର ସୁରକ୍ଷାବଳ ସେମାନଙ୍କୁ ଅଟକାଇଥିଲେ ।

Get real time updates directly on you device, subscribe now.