(Video) ‘I Love You’ କହିବାରୁ ଏମିତି ଦଣ୍ଡ: ରାସ୍ତା ମଝିରେ ଯୁବକଙ୍କୁ ଚପଲରେ ପିଟିଲେ ଯୁବତୀ

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଆଜିକାଲିର ଯୁବକ, ଯୁବତୀଙ୍କ ମଧ୍ୟରେ ଅନେକ ସମୟରେ କିଛି ବିବାଦ ଦେଖିବାକୁ ମିଳିଥାଏ । କିଏ ପ୍ରେମରେ ପାଗଳ ହୋଇ ଆତ୍ମହତ୍ୟା କରୁଛି ତ ଆଉ କିଏ ଅନ୍ୟର ଜୀବନ ନେଉଛି । ତେବେ ଏହା ମଧ୍ୟରେ ଏକ ପ୍ରେମଜନିତ ଘଟଣା ସାମ୍ନାକୁ ଆସିଛି । ‘ଆଇ ଲଭ୍ ୟୁ’ କହିବା କାରଣରୁ ଜଣେ ଯୁବତୀ କ୍ରୋଧାନ୍ୱିତ ହୋଇ ଜଣେ ଯୁବକଙ୍କୁ ଚପଲରେ ପିଟିଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ଆଗ୍ରାର ସଡ଼କ ମଝିରେ ଦେଖିବାକୁ ମିଳିଥିଲା ଏପରି ଏକ ଦୃଶ୍ୟ । ‘ଆଇ ଲଭ୍ ୟୁ’ କହିବାରୁ ଜଣେ ଯୁବତୀ ଓ ତାଙ୍କର ବାନ୍ଧବୀ ଜଣେ ଯୁବକଙ୍କୁ ଚପଲରେ ପିଟିଥିଲେ । କମଲା ନଗରରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଉଦ୍ଧାର କରିବା ସହିତ ମାମଲା ଦାୟର କରିଥିଲା ।

ଘଟଣାଟି ସକାଳ ସମୟରେ ଘଟିଥିଲା । ଦୁଇଜଣ ଯୁବତୀ ପ୍ରଥମେ ଯୁବକଙ୍କୁ ରାସ୍ତା ମଝିରେ ଧରିଥିଲେ । ଏହାପରେ ଜଣେ ଯୁବତୀ ଗାଲକୁ ଚାପୁଡ଼ା ମାରିଥିଲେ ଓ ତା’ପରେ ଅନ୍ୟ ଯୁବତୀ ହାତରେ ଚପଲ ଧରି ଯୁବକଙ୍କୁ ପିଟିଥିଲେ । ପିଟିବା ସମୟରେ ‘ଆଇ ଲଭ ୟୁ’ କହ ବୋଲି ଜଣେ ଯୁବତୀ କହୁଥିଲେ । ଏହି ଦୃଶ୍ୟ ଦେଖି ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା । ତେବେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ନାମ ରାଜେଶ ଓ ସେ ଲଙ୍ଗଡ଼େର ଚୌକି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି ।