ଆମେ ସପରିବାର ଇଚ୍ଛାମୃତ୍ୟୁ ଚାହୁଁ, ରାଜ୍ୟପାଳଙ୍କୁ ଏପରି ଚିଠି ଲେଖିଲେ ପରିବାରର ମୁଖ୍ୟ

ଓଡିଶା ଭାସ୍କର : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗାଁର ଏକ ପରିବାର ନିଜର ଇଚ୍ଛାମୃତ୍ୟୁ ଅନୁମତି ପାଇଁ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ପାଥପୁର ଗାଁରେ ନିରୋଦ କୁମାର ସାହୁଙ୍କ ଘର । ପରିବାର କହିଲେ ସ୍ତ୍ରୀ ବାସନ୍ତୀ ଆଉ ଦିବ୍ୟାଙ୍ଗ ଦୁଇଟି ପୁଅ ଝିଅ । ଗଲା ୧୩ ବର୍ଷ ଧରି ନୀରୋଦଙ୍କ ପରିବାର ବହୁ ଦୁଃଖ କଷ୍ଟରେ ଜୀବନ ଯାପନ କରୁଛନ୍ତି ।

ନୀରୋଦଙ୍କ ଦୁଇଟି ଯାକ ସନ୍ତାନ ଅଜଣା ରୋଗରେ ପଡି ଭିନ୍ନକ୍ଷମ ପାଲଟିଯାଇଛନ୍ତି। ଫଳରେ ବିଛଣାରେ ଶୋଇ ଶୋଇ ତାଙ୍କ ପିଲାଙ୍କ ସମୟ କଟୁଥିବାବେଳେ ସରକାରୀ ସାହାଯ୍ୟକୁ ବାପା ମାଆ ଅପେକ୍ଷା କରି କରି ଶେଷରେ ହତାଶ ହେଇ ରାଜ୍ୟପାଳଙ୍କୁ ଇଚ୍ଛାମୃତ୍ୟୁ ମାଗିଛନ୍ତି ।
ଅନାହାର ଆଉ ରୋଗବ୍ୟାଧିରେ ବଞ୍ଚିବା ଅପେକ୍ଷା ଇଚ୍ଛାମୃତ୍ୟୁକୁ ବରଣ କରିବା ବୋଧହୁଏ ଶ୍ରେୟସ୍କର ହେବ ବୋଲି ସେ ରାଜ୍ୟପାଳଙ୍କୁ ଚିଠି ଲେଖି ଉଲ୍ଲେଖ କରିଛନ୍ତି । ପରିସ୍ଥିତିକୁ ଦେଖି, ସ୍ଥିର ମସ୍ତିଷ୍କରେ ସେ ଏଭଳି ଚିଠି ଲେଖିଥିବା କହିଛନ୍ତି ।