fbpx

(Video) ମହୁଫେଣାରୁ ମହୁ ଖାଉଥିଲେ ମହିଳା, ଶେଷରେ ମହୁମାଛି କାମୁଡାରେ ମୁହଁର ବଦଳିଗଲା ହୁଲିଆ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଆସୁଛି ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ସୋସିଆଲ ମିଡିଆରେ ଅଜବ ଅଜବ ଭିଡିଓ ପ୍ରତିଦିନ ପ୍ରସାରିତ ହେଉଛି। ବର୍ତ୍ତମାନ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିବା ପରେ ଲୋକଙ୍କ ହୋସ ଉଡିଯାଇଛି, ଏଥିରେ ଜଣେ ମହିଳାଙ୍କ ମୁହଁ ଅଜବ ଢଙ୍ଗରେ ଫୁଲିଯାଇଛି, ସେ ମହୁ ଖାଇବା ବେଳେ ମହୁମାଛି ତାଙ୍କୁ ଆକ୍ରମଣରେ କରିଛନ୍ତି, ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ବାସ୍ତବରେ, ଏହି ଭିଡିଓରେ ଜଣେ ମହିଳା ମହୁମାଛିରୁ ମହୁ ଖାଉଥିବା ନଜର ଆସିଛନ୍ତି। ସାଧାରଣତଃ ଲୋକମାନେ ମହୁଫେଣାରୁ ବାହାର କରିବା ପରେ ମହୁ ଖାଆନ୍ତି। କିନ୍ତୁ ଏହି ମହିଳା ଜାଣି ନଥିଲେ ଯେ, ସେ ମହୁଫେଣାରୁ ସିଧାସଳଖ ମହୁ ଖାଇବା ଆରମ୍ଭ କରିଥିଲେ। ଭିଡିଓରେ ଆପଣ ଦେଖିପାରିବେ ଯେ, ମହୁମାଛି କାମୁଡ଼ିବା କାରଣରୁ ମହିଳାଙ୍କ ପାଟି ଫୁଲି ଯାଇଛି। ତାଙ୍କର ଡାହାଣ ଓଠ ଏବଂ ଡାହାଣ ଆଖି ମଧ୍ୟ ଫୁଲିଯାଇଛି। ମୋଟ ଉପରେ, ମହିଳାଙ୍କ ପୁରା ଚେହେରା ଖରାପ ହୋଇଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେ, ମହୁମାଛିଙ୍କ ଦ୍ୱାରା ଆକ୍ରମଣ ହୋଇସାରିବା ପରେ ମଧ୍ୟ ଏହି ମହିଳା ମହୁ ଖାଇବା ବନ୍ଦ କରିନାହାନ୍ତି । ସେ ଚୁପଚାପ ବସି ମହୁ ଖାଇବାରେ ବ୍ୟସ୍ତ ଅଛନ୍ତି । ତାଙ୍କୁ କୌଣସି ଫରକ ପଡୁନାହିଁ ତାଙ୍କ ପାଖରେ ମହୁମାଛି ବୁଲୁଛନ୍ତି କି ନାହିଁ । ଏହି ଭିଡିଓରେ ଦେଖାଯାଉଛି ଯେ, ମହିଳା ମହୁ ଖାଇବାର ଆନନ୍ଦ ନେଉଛନ୍ତି ।

ବହୁ ୟୁଜର୍ସ କହିଛନ୍ତି ଯେ, ଏହି ମହିଳା ମୁହଁର ଇଫେକ୍ଟ ପକାଇ ଏପରି ଭିଡିଓ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ‘ମହିଳା ଫିଲ୍ଟର ବ୍ୟବହାର କରିଛନ୍ତି । ମହୁମାଛିକୁ ଦେଖନ୍ତୁ ଏହା ବିଲକୁଲ ଅସଲି ନୁହେଁ ।’ ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ଯେ, ‘ ମହିଳାଙ୍କ ଅଧା ଚେହେରାରେ ଫିଲ୍ଟର ପଡିଛି’।

Get real time updates directly on you device, subscribe now.