fbpx

ମଣିପୁର ହିଂସା: ସିବିଆଇ ତଦନ୍ତର ଅନୁଧ୍ୟାନ କରିବା ପାଇଁ ପୁର୍ବତ୍ତନ ଅଧିକାରୀଙ୍କୁ ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ରାଜ୍ୟରେ ହିଂସା ସାମାନ୍ୟ ହ୍ରାସ ପାଇଥିବା ବେଳେ ପୁନଃରୁଦ୍ଧାର ଏବଂ ରିଲିଫ କାର୍ଯ୍ୟର ଅନୁଧ୍ୟାନ ପାଇଁ ପୁର୍ବତ୍ତନ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଛନ୍ତି । ଏହା ସହିତ ସିବିଆଇ ତଦନ୍ତର ଅନୁଧ୍ୟାନ କରିବା ପାଇଁ ଜଣେ ପୁର୍ବତ୍ତନ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି ।

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ନିର୍ଦେଶ ଦେଇଛନ୍ତି ଯେ, ସିବିଆଇ ତଦନ୍ତର ଅନୁଧ୍ୟାନ କରିବା ପାଇଁ ମୁମ୍ବାଇ ପୁର୍ବତ୍ତନ ପୋଲିସ କମିଶନର ଦତ୍ତାତ୍ରେୟ ପଟସାଲାଗିକରଙ୍କୁ ଦାୟିତ୍ୱ ଦେଇଛନ୍ତି । ସେହିଭଳି ପୁନଃରୁଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ହାଇକୋର୍ଟର ୩ ପୁର୍ବତ୍ତନ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ଯେଉଁଥିରେ ଗୀତା ମିତ୍ତଲ ଶାଲିନୀ ଜୋଶୀ ଏବଂ ଆଶା ମେନନ ସାମିଲ ଅଛନ୍ତି । ଏହି କମିଟିର ଅଧ୍ୟକ୍ଷତା ଗୀତା ମିତ୍ତଲ କରିବେ ।

ଏହା ପୁର୍ବରୁ ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ଭେଙ୍କେଟରମଣୀ କହିଥିଲେ କି ‘ରାଜ୍ୟରେ ହିଂସାକୁ ନେଇ ୬୫୦୦ ମାମଲାକୁ ବର୍ଗୀକରଣ କରି କୋର୍ଟଙ୍କୁ ପଠାଇ ଦିଆଯାଇଛି । ଆମକୁ ପରିପକ୍ୱତାର ସହିତ ମାମଲାକୁ ଦେଖିବାକ ଜରୁରୀ । ହିଂସାର ତଦନ୍ତ କରିବା ପାଇଁ ଅନେକ ଗୁଡ଼ିଏ ଏସ୍‌ଆଇଟି ଗଠନ କରି ରାଜ୍ୟ ପୋଲିସ ତଦନ୍ତ ଜାରି ରଖିଛି।’

ସେ କହିଥିଲେ ଯେ, ହତ୍ୟା ମାମଲା ଗୁଡ଼ିକର ତଦନ୍ତ ଏସ୍‌ପି ର‌୍ୟାଙ୍କ ଅଫିସରଙ୍କ ନେତୃତ୍ୱରେ କରାଯାଉଛି । ସେହିଭଳି ମହିଳା ମାନଙ୍କ ସହିତ ଅତ୍ୟାଚାର ମାମଲାର ତଦନ୍ତ ବରିଷ୍ଠ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏସ୍‌ଆଇଟି କରିବ । ଏହିଭଳି ଅନ୍ୟ ଏସ୍‌ଆଇଟି ମଧ୍ୟ ଅଛନ୍ତି । ସମସତ ତଦନ୍ତର ସମିକ୍ଷା ପ୍ରତି ୧୫ ଦିନରେ ପୋଲିସ ଡିଜି କରିବାକୁ ନିଷ୍ପତି ହୋଇଛି ।

Get real time updates directly on you device, subscribe now.