fbpx
BJD
BJD SKY
BJD SKY

ଖରାପ ଭାଷା କହିବା ପିଲାର ଅଭ୍ୟାସ ପଡିଯାଇଛି କି ? ତୁରନ୍ତ ଆପଣାନ୍ତୁ ଏହି ଉପାୟ ବଦଳିଯିବ ଅଭ୍ୟାସ

ଛୋଟ ପିଲା ଅଜ୍ଞାନ ହୋଇଥାନ୍ତି । କୁହାଯାଏ କଅଁଳ ବୟସରେ ପିଲାମାନେ କଞ୍ଚାମାଟି ପରି ହୋଇଥାନ୍ତି । ଏପରି ସ୍ଥିତିରେ ସେମାନଙ୍କୁ ଯାହା ଶିଖାଯାଏ ସେମାନେ ତାହା ଶିଖିଥାନ୍ତି । ସେମାନେ ଯାହା ଦେଖିଥାନ୍ତି ଓ ଶୁଣିଥାନ୍ତି ତାହାକୁ ସହଜରେ ଆପଣାଇ ନେଇଥାନ୍ତି । ଏପରି ସ୍ଥିତିରେ ସବୁ ମାତା ପିତା ଏହା ଚାହାନ୍ତି ଯେ, ସେମାନଙ୍କ ପିଲା ଭଲ ପରିବେଶରେ ବଢୁ । କିନ୍ତୁ ଦେଖାଯାଏ ବହୁ ସମୟରେ ଦେଖାଯାଏ ପିଲାମାନେ ବାହାରକୁ ଯାଇ ଅନ୍ୟମାନଙ୍କ ସହ ମିଶିବା ଦ୍ୱାରା ଖରାପ ଶବ୍ଦ ବ୍ୟବହାର କରିଥାନ୍ତି । ଯଦି ଆପଣଙ୍କ ପିଲା ଏପରି ଖରାପ ଭାଷା କହୁଛି ତେବେ ନିମେକ୍କ୍ ଉପାୟରେ ତାର ଅଭ୍ୟାସକୁ ବଦଳାନ୍ତୁ ।
ବୁଝାନ୍ତୁ:
ପିଲା ମନ ପରିଷ୍କାର ସିଲଟ ପରି ହୋଇଥାଏ । ତେଣୁ ସେ ଯାହା ଦେଖିଥାଏ ବା ଶୁଣିଥାଏ ତାହାକୁ ବହୁତ ସହଜରେ ଅନୁସରଣ କରିଥାଏ । ଯେତେବେଳେ ପିଲା କିଛି ଭୁଲ୍ କହୁଛି ସେତେବେଳେ ତାକୁ ଗାଳି ଦେବା ପରିବର୍ତ୍ତେ ଆପଣ ତାଙ୍କୁ ଭଲ ଭାବେ ବୁଝାନ୍ତୁ । ଏହା ସହିତ ତାକୁ ଭୁଲ୍ ଓ ଠିକ୍ ମଧ୍ୟରେ କ’ଣ ଫରକ ରହିଛି ବୁଝାନ୍ତୁ ।
ତୁରନ୍ତ ରୋକନ୍ତୁ: ଯଦି ପିଲା ଖରାପ ଶବ୍ଦ ବ୍ୟବହାର କରୁଛି ତେବେ ତାକୁ ତୁରନ୍ତ ଅଟକାନ୍ତୁ । ଘରର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଏପରି କରିବାକୁ କୁହନ୍ତୁ ଓ ଭଲ ଭାବେ ବୁଝାଇବାକୁ କୁହନ୍ତୁ ।

ପରିବେଶ ବଦଳାନ୍ତୁ:
ପିଲା ଖରାପ ଭାଷା କହୁଥିଲେ ଆପଣ ତା’ ଉପରେ ନଜର ରଖନ୍ତୁ ଯେ ସେ କାହା କାହା ସହ ମିଶୁଛି । ପିଲା କାହା ସହ ସାଙ୍ଗ ହେଉଛି ତାହା ପରଖନ୍ତୁ ଓ ତାର ପରିବେଶ ବଦଳାଇ ଦିଅନ୍ତୁ ।
ଖରାପ ଶବ୍ଦର ଅର୍ଥ ପଚାରନ୍ତୁ:
ପିଲା ଖରାପ ଶବ୍ଦ କହୁଥିଲେ ସ୍ନେହର ସହିତ ତାକୁ ତାହାର ଅର୍ଥ ପଚାରନ୍ତୁ । ଏପରି କରିବା ଦ୍ୱାରା ସେ ଲଜ୍ଜା ଅନୁଭବ କରିବ । ଏହାସହିତ ତାକୁ ଏପରି ଖରାପ ଶବ୍ଦ ଆଉ ନ କହିବାକୁ କୁହନ୍ତୁ ।

Get real time updates directly on you device, subscribe now.