fbpx

ସନରାଇଜର୍ସ ହାଇଦ୍ରାବାଦରୁ ବିଦାୟ ନେଲେ ମୁଖ୍ୟ ନାୟକ: ଦଳ ବାଛିଲା ନୂଆ ମୁଖିଆ

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଚମ୍ପିଆନ ଦଳ ସନରାଇଜର୍ସ ହାଇଦ୍ରାବାଦ ନେଇଛି ଏକ ବଡ଼ ନିଷ୍ପତ୍ତି । ଏସଆରଏଚର ଜଣେ ପ୍ରମୁଖ ସଦସ୍ୟ ବର୍ତ୍ତମାନ ଦଳରୁ ବିଦାୟ ନେଇଛନ୍ତି । ତେଣୁ ବର୍ତ୍ତମାନ ତାଙ୍କ ସ୍ଥାନରେ ଆଉ ଜଣେ ନୂଆ ସଦସ୍ୟ ବର୍ତ୍ତମାନ ଦଳରେ ଯୋଡ଼ି ହୋଇଛନ୍ତି । ହାଇଦ୍ରାବାଦର ମୁଖ୍ୟ କୋଚ ପଦରେ ଥିବା ବ୍ରାଏନ ଲାରା ବର୍ତ୍ତମାନ ଦଳରୁ ବିଦାୟ ନେଇଛନ୍ତି । ତାଙ୍କ ସ୍ଥାନରେ କିୱିର ପୂର୍ବତନ ଅଧିନାୟକ ତଥା ବାଙ୍ଗାଲୋରର ପୂର୍ବତନ କୋଚ ଦଳରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସୂଚନା ଅନୁସାରେ, ଗତ ଆଇପିଏଲ ୨୦୨୩ରେ ନିରାଶଜନକ ପ୍ରଦର୍ଶନ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ଏହି ସିଜନର ଲିଗ୍ ପର୍ଯ୍ୟାୟରେ ପଏଣ୍ଟ ଟେବୁଲର ସର୍ବଶେଷରେ ରହି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା । ଏହାପରେ ୨୦୨୪ ପାଇଁ ନୂଆ କୋଚ୍ ନିଯୁକ୍ତ କରିଛି ଟିମ୍ ମ୍ୟାନେଜମେଣ୍ଟ । ମୁଖ୍ୟ କୋଚ୍ ବ୍ରାଏନ ଲାରାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ ଭିଟ୍ଟୋରୀ ଦଳର ମୁଖ୍ୟ କୋଚ୍ ପଦ ଗ୍ରହଣ କରିଛନ୍ତି । ଭିଟ୍ଟୋରୀ ପୂର୍ବରୁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥିବା ବେଳେ ସେହି ଦଳର କୋଚ୍ ମଧ୍ୟ ରହି ସାରିଛନ୍ତି । ତେବେ ନୂଆ କୋଚଙ୍କୁ ନେଇ ଦଳ ତରଫରୁ ଏକ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ଟ୍ୱିଟରରେ ଡାନିଏଲ ଭିଟ୍ଟୋରୀଙ୍କୁ ସ୍ୱାଗତ କରି ଏହି ପୋଷ୍ଟ କରିଛି ସନରାଇଜର୍ସ ହାଇଦ୍ରାବାଦ୍ । ସେହିପରି ଆଉ ଏକ ଟ୍ୱିଟ କରି ବ୍ରାଏନ ଲାରାଙ୍କୁ କୋଚ୍ ପଦବୀରୁ ମୁକ୍ତ କରି ଦଳ ତାଙ୍କୁ ଧନ୍ୟବାଦ୍ ଦେଇଛି । ଦଳ ସହିତ ୨ ବର୍ଷର ଚୁକ୍ତି ଶେଷ ହେବାରୁ ବର୍ତ୍ତମାନ ଲାରା ଦଳରୁ ବିଦାୟ ନେଇଛନ୍ତି । ପୂର୍ବରୁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷେ୍ନø ସୁପରଜିଆଣ୍ଟସ ନିଜ ନିଜ ଦଳର କୋଚ୍ ପରିବର୍ତ୍ତନ କରି ସାରିଛନ୍ତି । ଆଗାମୀ ସିଜନ ପାଇଁ ବାଙ୍ଗାଲୋର ଆଣ୍ଡ୍ୟୁ ଫ୍ଲାୱାରଙ୍କୁ ଚୟନ କରିଥିବା ବେଳେ ସୁପର ଜିଆଣ୍ଟସ ଜଷ୍ଟିନ ଲଙ୍ଗରଙ୍କୁ କୋଚ୍ ପଦ ହସ୍ତାନ୍ତର କରିଛି ।

Get real time updates directly on you device, subscribe now.