fbpx

ସିଗାରେଟ୍ ଟାଣିବା ପରେ ତୁରନ୍ତ କୋଲ୍ଡଡ୍ରିଙ୍କ୍ ପିଉଛନ୍ତି କି? ଜାଣନ୍ତୁ ଶରୀର ଉପରେ ଏହାର କିପରି ପଡ଼ିବ ପ୍ରଭାବ

ଉଭୟ ସିଗାରେଟ୍ ଏବଂ କୋଲ୍ଡ ଡ୍ରିଙ୍କ ମଣିଷ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ  । କିନ୍ତୁ ଏହି ତଥ୍ୟ ଜାଣିବା ସତ୍ତେ୍ୱ ଲୋକମାନେ ପ୍ରତିଦିନ ପିଇଥାନ୍ତି  । ଆଉକିଛି ଲୋକ ଉଭୟ ଜିନିଷକୁ ଏକାଠି ସେବନ କରନ୍ତିି  । ଆଜି ଆପଣଙ୍କୁ ଏହି ଆର୍ଟିକିଲରେ କହିବା ଯେ, ଯଦି ଆପଣ ଉଭୟ ଜିନିଷକୁ ଏକାଠି ପିଅନ୍ତି ତେବେ ଆପଣଙ୍କ ଶରୀର ଉପରେ କ’ଣ ପ୍ରଭାବ ପଡ଼ିବ?
କୋଲ୍ଡ ଡ୍ରିଙ୍କ ଏବଂ ସିଗାରେଟ୍ ଏକାଠି ସେବନ ଦ୍ୱାରା କ’ଣ ପଡ଼ିିଥାଏ ପ୍ରଭାବ?
ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ସୂଚନା ୱେବସାଇଟରେ ପ୍ରକାଶିତ ଏକ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ଯଦି ଆପଣ ପ୍ରତିଦିନ କୋଲ୍ଡ ଡ୍ରିଙ୍କ ପିଉଛନ୍ତି, ତେବେ ଏଥିଯୋଗୁଁ ଆପଣଙ୍କ ଶରୀରରେ ହାଇ ଫ୍ରୁଟକୋଜ୍ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଥାଏ  । ଏଥି ସହିତ ସିଗାରେଟରେ ଥିବା ନିକୋଟିନ୍ ମଧ୍ୟ ଆମ ଶରୀରରେ ଏସ୍ ମ୍ୟୁଟାନ୍ସର ପରିମାଣକୁ ବଢ଼ାଇଥାଏ  । ଏପରି ପରିସ୍ଥିତିରେ ଯେତେବେଳେ ଆମେ ଏକତ୍ର ସିଗାରେଟ୍ ଏବଂ କୋଲ୍ଡ ପାନୀୟ ପିଇଥାଉ, ଏହା ଆମ ଶରୀରରେ ଏସ୍ ମ୍ୟୁଟାନ୍ସର ପରିମାଣକୁ ଅଧିକ ବଢ଼ାଇଥାଏ, ଯାହା ଆମ ଶରୀର ପାଇଁ ବିପଦଜନକ ହୁଏ  ।
ଗୋଟିଏ ସିଗାରେଟ୍ କେତେ କ୍ଷତି କରେ?
ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ରିପୋର୍ଟ ଅନୁଯାୟୀ, ସିଗାରେଟ୍ ଧୂଆଁ ଶରୀରର ପ୍ରାୟ ସମସ୍ତ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ ଏବଂ ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାଏ । ସିଗାରେଟ୍ ଟାଣିବା ଶ୍ୱାସକ୍ରିୟା, ରକ୍ତ ସଞ୍ଚାଳନ ପ୍ରଣାଳୀ, ପ୍ରଜନନ ପ୍ରଣାଳୀ, ଚର୍ମ ଏବଂ ଆଖି ତଥା ଆମର ଫୁସଫୁସକୁ ଖରାପ ପ୍ରଭାବିତ କରିଥାଏ  । କେବଳ ଏତିକି ନୁହେଁ, ସିଗାରେଟ୍ ମଧ୍ୟ ଅନେକ ପ୍ରକାରର କ୍ୟାନ୍ସର ରୋଗର ଆଶଙ୍କାକୁ ବଢ଼ାଇଥାଏ ।  ରିପୋର୍ଟ ଅନୁଯାୟୀ, ଫୁସଫୁସ କର୍କଟ ରୋଗରେ ଧୂମପାନ ଏକ ପ୍ରମୁଖ କାରଣ ହୋଇଥାଏ ।

Get real time updates directly on you device, subscribe now.