fbpx

‘GADAR-2’ ସିନେମା ପାଇଁ ଦିଆଯିବ ଶସ୍ତା ଟିକେଟ: ମିଳିବ ୫୦୦୦ ଟଙ୍କାର କ୍ୟାସବ୍ୟାକ

ଖୁବଶୀଘ୍ର ଦେଶର ବିଭିନ୍ନ ସିନେମା ହଲରେ ରିଲିଜ ହେବାକୁ ଯାଉଛି ନୂଆ ଚଳଚ୍ଚିତ୍ର ‘ଗଦର-୨’ । ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମନରେ ଖୁବ ଉସବାହ ଦେଖିବାକୁ ମିଳିଛି । ପ୍ରଥମ ସିନେମା ‘ଗଦର’ ବକ୍ସ ଅଫିସରେ ଖୁବ ଇନକମ୍ କରିଥିଲା । ତେବେ ଦ୍ୱିତୀୟ ପାର୍ଟଙ୍କୁ ମଧ୍ୟ ସେହିଭଳି ଲୋକପ୍ରିୟତା ମିଳିବ ବୋଲି ଆଶା କରାଯାଉଛି । ତେବେ ଏହା ମଧ୍ୟରେ ଦର୍ଶକଙ୍କ ପାଇଁ ଖୁସି ଖବର ଦେଇଛି ‘ଗଦର-୨’ ଟିମ୍ । ଟିକେଟ ବୁକିଙ୍ଗ କଲେ ଦର୍ଶକଙ୍କୁ ୫୦୦୦ ଟଙ୍କା କାସବ୍ୟାକ ମିଳିପାରେ ।

‘ଗଦର-୨’ ସିନେମା ଦେଖିବା ପାଇଁ ଏହାର ଆଡଭାନ୍ସ ଟିକେଟ ମଧ୍ୟ ହାସଲ କରିପାରିବେ ଦର୍ଶକ । ଅନଲାଇନରେ ଟିକେଟ କାଟିବା ଦ୍ୱାରା ଦର୍ଶକଙ୍କୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିପାରିବ । ତେବେ କିପରି ଏବଂ କେଉଁଠାରୁ ଟିକେଟ ବୁକ୍ କରିବା ଦ୍ୱାରା ଏହି ୫,୦୦୦ ଟଙ୍କା ମିଳିପାରିବ? ଯଦି ଆପଣ ଅନଲାଇନ ପେଟିଏମ ଆପ୍ ମାଧ୍ୟମରେ ‘ଗଦର-୨’ ଚଳଚ୍ଚିତ୍ର ପାଇଁ ପ୍ରି ଟିକେଟ ବୁକ୍ କରୁଛନ୍ତି, ତେବେ ପ୍ଲାଟଫର୍ମ ଆପଣଙ୍କୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଡିସ୍କାଉଣ୍ଟ ଆକାରରେ ପ୍ରଦାନ କରିବ ।

  • ଏଥିପାଇଁ ପ୍ରଥମେ ପେଟିଏମ ଆପ୍ ଓପନ କରି ଏବଂ ତଳେ ମୋଭି ଟିକେଟ ଅପ୍ସନ ଉପରେ କ୍ଲିକ କରନ୍ତୁ ।
  • ଏହାପରେ ‘ଗଦର-୨’ ସିନେମା ଉପରେ କ୍ଲିକ କରି ନିଜ ନିକଟସ୍ଥ ସିନେମା ହଲ ଉପରେ କ୍ଲିକ କରନ୍ତୁ ।
  • ଏଠାରେ ନିଜ ମନ ପସନ୍ଦର ସିଟ୍ ଚୟନ କରି ନିଅନ୍ତୁ । ତେବେ ଏହାପୂର୍ବରୁ ସିଟ୍ ମ୍ୟାପ ଚେକ୍ କରିନିଅନ୍ତୁ ।
  • ଏହାପରେ ‘ପ୍ରୋସିଡ୍’ ଉପରେ କ୍ଲିକ କରନ୍ତୁ ।
  • ଏଠାରେ ପେମେଣ୍ଟ ଅପ୍ସନ ଉପରେ କ୍ଲିକ କରି ନିଅନ୍ତୁ(ପେମେଣ୍ଟ କରିବା ପରେ କ୍ୟାସବ୍ୟାକ ମଳିପାରିବ) । ଏହାବ୍ୟତୀତ ଆହୁରି ଅନେକ ସୁବିଧା ମଧ୍ୟ ଉପଲବ୍ଧ ରହିଛି ।

‘ଗଦର’ ସିନେମାର ଅପୂର୍ବ ସଫଳତା ପରେ ଏହାର ସିକ୍ୱେଲ ‘ଗଦର-୨’କୁ ନେଇ ନିର୍ମାତା ବେଶ୍ ଆଶାବାଦୀ ରହିଛନ୍ତି । ରିପୋର୍ଟ ଅନୁସାରେ, ଏହି ସିନେମା ନେସନାଲ ମଲ୍ଟିପ୍ଲେକ୍ସ ଚେନରେ ପ୍ରଥମ ଦିନ ୭୬.୬୦୦ ଟିକେଟ ବିକ୍ରି ହୋଇ ସାରିଛି ।

Get real time updates directly on you device, subscribe now.