fbpx

ବିରୋଧୀଙ୍କ ଉଦ୍ଦେଶ୍ୟରେ ଚୁଟକୀ ଲଗାଇଲେ ପ୍ରଧାନମନ୍ତ୍ରୀ, କହିଲେ ଗୁଡକୁ ଗୋବର କରିବାରେ ବେଶ୍ ମାହିର ଅଧୀର

ନୂଆଦିଲ୍ଲୀ: ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚାକୁ ନେଇ ଲୋକସଭାରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନେଇ ଏକ ମଜାଦାର ମନ୍ତବ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ସବୁଠାରୁ ବଡ ଦଳର ନେତାଙ୍କର କହିବାର ତାଲିକାରେ ନାମ ହିଁ ନ ଥିଲା । ଅଧୀର ବାବୁଙ୍କର ଏପରି ଅବସ୍ଥା ହେଲା ଯେ, ତାଙ୍କ ଦଳ ତାଙ୍କୁ କହିବାର ସୁଯୋଗ ଦେଲୋ ନାହିଁ । କାଲି ଅମିତ ଭାଇ କହିବାରୁ ତାଙ୍କୁ କହିବାର ସୁଯୋଗ ଦିଆଗଲା । କିନ୍ତୁ ଅଧୀର ରଞ୍ଜନ ତ ଗୁଡକୁ ଗୋବର କରିବାରେ ବେଶ୍ ମାହିର ।

ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ଜାଣିବାକୁ ଚାହୁଁଛି କି କାହିଁକି ଅଧୀର ବାବୁଙ୍କୁ ଏକ ପାଖିଆ କରିଦିଆଯାଇଛି । ବୋଧହୁଏ କୋଲକାତାରୁ ଫୋନ୍ ଆସିଯାଇଥିବ । କଂଗ୍ରେସ ବାରମ୍ବାର ତାଙ୍କର ଅପମାନ କରୁଛି । ନିର୍ବାଚନ ନାମରେ ତାଙ୍କୁ ଅସ୍ଥାୟୀ ରୂପରେ ଦାୟିତ୍ୱରୁ ହଟାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ସେ ଯାହା ହେଉ ଆମେ କିନ୍ତୁ ଅଧୀର ବାବୁଙ୍କ ପ୍ରତି ପୁରା ସମବେଦନା ବ୍ୟକ୍ତ କରୁଛୁ ।

ପ୍ରଧାନମନ୍ତ୍ରୀ ଗୃହରେ ଚର୍ଚ୍ଚା ସମୟରେ ମଝିରେ ମଝିରେ ବିରୋଧୀଙ୍କ ଉଦ୍ଦେଶ୍ୟରେ ବହୁ ତେରେଚ୍ଛା ବାଣ ମାରିଥିଲେ । ସେ କହିଥିଲେ, ଯେଉଁ ସତକୁ ସାରା ପୃଥିବୀ ଦୂରରୁ ଦେଖୁଛି ସେହି ସତକୁ ନିକଟରେ ରହି ବି ବିରୋଧୀ ଦଳ ଦେଖିପାରୁ ନାହାନ୍ତି । ସେ କହିଥିଲେ ଏହାର କାରଣ ହେଉଛି ଅବିଶ୍ୱାସ ଓ ଆତ୍ମଗର୍ବ ସେମାନଙ୍କ ଶିରା ପ୍ରଶିରାରେ ରକ୍ତ ହୋଇ ପ୍ରବାହିତ ହେଉଛି । ବିରୋଧୀଙ୍କର ଓଟପକ୍ଷୀ ଆଭିମୁଖ୍ୟ ପାଇଁ କେହି କିଛି କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଆଜି ସାରା ବିଶ୍ୱରେ ଭାରତର ଜୟ ଜୟକାର ହେଉଛି । ଏହିପରି ଏକ ସମୟରେ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି କି କଳା ଟୀକା ରୂପରେ କଳା ଡ୍ରେସ ପିନ୍ଧି ଗୃହକୁ ଆସି ଆପଣମାନେ ମଙ୍ଗଳ କାମରେ କଳା ଟୀକା ଲଗାଇଛନ୍ତି ।

Get real time updates directly on you device, subscribe now.