fbpx

INDIA ଏକ ଘମଣ୍ଡିଆ ମେଣ୍ଟ,ଏନଡିଏରେ ଦୁଇଟି ‘ଆଇ’ ଯୋଡି ଦେଇ ମେଣ୍ଟ ଗଢିଛନ୍ତି ବିରୋଧୀ

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ଆଲୋଚନା ସମୟରେ ଆଜି ଗୃହରେ ବିରୋଧୀ ମେଣ୍ଟକୁ କଡା କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଏହା ଇଣ୍ଡିଆ ମେଣ୍ଟ ନୁହେଁ ଏକ ଘମଣ୍ଡିଆ ମେଣ୍ଟ । ଏହା ଦରବାରବାଦ ପାଇଁ ଅନେକ ପ୍ରତିଷ୍ଠିତ ଲୋକଙ୍କ ସତ୍ତା ନିଶ୍ଚିହ୍ନ କରିଦେଇଛି । ଶେଷରେ ବିରୋଧୀଙ୍କୁ ନିଜ ମେଣ୍ଟର ନାଁ ଦେବା ପାଇଁ ଏନ଼ଡିଏର ସହଯୋଗ ନେବାକୁ ପଡିଲା । ଏହି ମେଣ୍ଟରେ ସମସ୍ତେ କହୁଛନ୍ତି ପ୍ରଧାନମନ୍ତ୍ରୀ ହେବେ । ଏହି ମେଣ୍ଟର ଗୋଟିଏ ଆଇ ୨୬ ଦଳର ଆତ୍ମଗର୍ବକୁ ସୂଚୀତ କରୁଛି ।

ଲଙ୍କାକୁ ହନୁମାନ ଜଳାଇଥିଲେ ଏମାନଙ୍କୁ ଏମାନଙ୍କ ଗର୍ବ ଜଳାଇ ଦେଇଛି । ଏହି ମେଣ୍ଟ ପରିବାରବାଦ ରାଜନୀତିର ସବୁଠାରୁ ବଡ ପ୍ରତିବିମ୍ବବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଓଡିଶା କଥା ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ୨୮ ବର୍ଷ କଂଗ୍ରେସ କ୍ଷମତାସୀନ ଥିଲା । ୧୯୯୫ପରେ ଦଳ ଆଉ ଏଠାରେ କ୍ଷମତାକୁ ଫେରିନି । ୨୮ ବର୍ଷ ଭିତରେ ଓଡିଶାବାସୀ ଏହି ଦଳକୁ ବିଶ୍ୱାସକୁ ନେଇନାହାନ୍ତି ।

 

Get real time updates directly on you device, subscribe now.