fbpx

ରାଜ୍ୟଗୁଡ଼ିକୁ କେନ୍ଦ୍ର ପକ୍ଷରୁ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ, ୧୧ା୫: ରାସ୍ତା ଓ କେନ୍ଦ୍ର ଧାରଣାରେ ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ନେଇ ଉଦବେଗ ପ୍ରକାଶ କରିଛି କେନ୍ଦ୍ର । ତେଣୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି । ଶ୍ରମିକମାନେ ରାସ୍ତା ଓ ରେଲୱେ ଟ୍ରାକ ପାଶ୍ୱର୍ରେ ଯେପରି ନଯିବେ ସେହିପରି ବ୍ୟବସ୍ଥା କରନ୍ତୁ । ଚାଲି ଚାଲି ଯାଉଥିଲେ ତାଙ୍କୁ ଧରି କାଉନସିଲ କରନ୍ତୁ । ଶ୍ରମିକଙ୍କ ସହ ଆଲୋଚନା କରି ସରକାର ତାଙ୍କ ବ୍ୟବସ୍ଥା କରନ୍ତୁ ବୋଲି ଗାଇଡ଼ଲାଇନ ଜାରି କରାଯାଇଛି । ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ବସ୍ ଓ ଟ୍ରେନ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମିକଙ୍କ ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ପାଣି ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଅନ୍ୟପଟେ ସବୁ ରାଜ୍ୟକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଡାକ୍ତର ଓ ପାରାମେଡ଼ିକାଲ କର୍ମଚାରୀଙ୍କ ଯାତାୟତରେ ଯେପରି ଅସୁବିଧା ନହେଉ ସେହିପରି ବ୍ୟବସ୍ଥା କରାଯାଉ । ସବୁ ଘରୋଇ କ୍ଲିନିକ ସମସ୍ତ କର୍ମଚାରୀଙ୍କୁ ନେଇ ଖୋଲିବାକୁ ନିର୍ଦ୍ଦେଶ ହୋଇଛି । ବାଟରେ ସଫେଇ କର୍ମଚାରୀ ଓ ଆମ୍ବୁଲାନ୍ସକୁ ରୋକା ନଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.