fbpx

ଅଶୋଭନୀୟ ଆଚରଣ ପାଇଁ ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: କଂଗ୍ରେସ ସଂସଦ ଅଧୀର ରଂଜନ ଚୌଧୁରୀଙ୍କୁ ଗୁରୁବାର ଲୋକସଭାରୁ ନିଲମ୍ବିତ କରାଯାଇଛି। ଯେପର୍ଯ୍ୟନ୍ତ ପ୍ରିଭେଲିଜ୍ କମିଟିରେ ମାମଲା ବିଚାରାଧୀନ ଅଛି ଏବଂ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ ଗୃହରୁ ନିଲମ୍ବିତ ରହିବେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୃହରେ କହିଛନ୍ତି ଯେ କଂଗ୍ରେସ ନେତାମାନେ ପ୍ରତ୍ୟେକ ଥର ଦେଶ ତଥା ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି। ଆମେ ସେହି ସମୟରେ କ୍ଷମା ଦାବି କରିଥିଲୁ, କିନ୍ତୁ ସେ କ୍ଷମା ମାଗିନଥିଲେ। ତାଙ୍କ ବିରୋଧରେ ଏକ ପ୍ରସ୍ତାବ ଅଣାଯାଇଥିଲା ଯାହା ଗ୍ରହଣ କରାଯାଇଛି। ବାଚସ୍ପତି କହିଛନ୍ତି ଯେ ଆଧୀର ରଂଜନ ଚୌଧୁରୀ ସଂସଦରେ ବାରମ୍ବାର ଅଶୋଭନୀୟ ଆଚାରଣ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି।

Get real time updates directly on you device, subscribe now.