fbpx

ପୂର୍ବ ସରକାର ଯେଉଁ କଳଙ୍କ ଲଗାଇଥିଲା ତାହା ଆମେ ଲିଭାଇବାକୁ ଚେଷ୍ଟା କରୁଛୁ; ପ୍ରଧାନମନ୍ତ୍ରୀ ମୋଦୀ

ଓଡିଶା ଭାସ୍କର; ମଣିପୁର ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଆଣିଥିବା ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲୋକସଭା ଭବନରେ ବିବୃତି ରଖିବା ବେଳେ ବିରୋଧୀଙ୍କୁ ନେଇ କଡା କଟାକ୍ଷ ମଧ୍ୟ କରିଛନ୍ତି । ମୋଦୀ କହିଛନ୍ତି ବିରୋଧୀଙ୍କ ଏହା ଇଣ୍ଡିଆ ମେଣ୍ଟ ନୁହେଁ ଏକ ଘମଣ୍ଡିଆ ମେଣ୍ଟ । ଏହା ପରିବାରବାଦ ପାଇଁ ଅନେକ ପ୍ରତିଷ୍ଠିତ ଲୋକଙ୍କ ସତ୍ତା ନିଶ୍ଚିହ୍ନ କରିଦେଇଛି । ଶେଷରେ ବିରୋଧୀଙ୍କୁ ନିଜ ମେଣ୍ଟର ନାଁ ଦେବା ପାଇଁ ଏନ଼ଡିଏର ସହଯୋଗ ନେବାକୁ ପଡିଲା । ଏହି ମେଣ୍ଟରେ ସମସ୍ତେ କହୁଛନ୍ତି ପ୍ରଧାନମନ୍ତ୍ରୀ ହେବେ । ଏହି ମେଣ୍ଟର ଗୋଟିଏ ଆଇ ୨୬ ଦଳର ଆତ୍ମଗର୍ବକୁ ସୂଚୀତ କରୁଛି । କେବଳ ଏତିକି ନୁହେଁ, ଲଙ୍କାକୁ ହନୁମାନ ଜଳାଇଥିଲେ ଏମାନଙ୍କୁ ଏମାନଙ୍କ ଗର୍ବ ଜଳାଇ ଦେଇଛି କହି ସମସ୍ତ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ମୋଦୀ । ଏହି ମେଣ୍ଟ ପରିବାରବାଦ ରାଜନୀତିର ସବୁଠାରୁ ବଡ ପ୍ରତିବିମ୍ବବୋଲି ମଧ୍ୟ କହିଛନ୍ତି ।

ଏଥି ସହ କଂଗ୍ରେସ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ମଧ୍ୟ ସେ ଆଣିଛନ୍ତି । ସାରା ବିଶ୍ୱରେ ଭାରତର ଛବି ଉପରେ ପୂର୍ବ ସରକାର ଯେଉଁ କଳଙ୍କ ଲଗାଇଥିଲା ତାହାକୁ ଆମେ ଲିଭାଇବାକୁ ଆମେ ଚେଷ୍ଟା କରୁଛୁ । ଏହା ସହ ସାରା ବିଶ୍ୱରେ ଦେଶକୁ ପରିଚିତ କରାଇଛୁ । ହେଲେ ଏବେ ବି କିଛି କିଛି ଆମ ଉପରେ ଦାଗ ଲଗାଇବାକୁ ଚେଷ୍ଟା କରୁଛି । ହେଲେ ସାରା ବିଶ୍ୱରେ ଭାରତ ପ୍ରତି ବିଶ୍ୱାସ ବୃଦ୍ଧି ପାଇଛି । କିନ୍ତୁ ବିରୋଧୀ ଅବିଶ୍ୱାସ ପ୍ରସ୍ତାବ ଆଳରେ ଜନତାଙ୍କ ବିଶ୍ୱାସ ଭାଙ୍ଗିବାକୁ ବିଫଳ ପ୍ରୟାସ କରୁଛି ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତର ବିକାଶ ଏବେ ବିଶ୍ୱ ଦୂରରୁ ଦେଖୁଛି ହେଲେ ବିରୋଧୀ ଦେଶ ଭିତରେ ଥାଇ ବି ଏହା ଦେଖି ପାରୁନାହାନ୍ତି । ବିରୋଧୀଙ୍କ ରକ୍ତରେ ଅବିଶ୍ୱାସ ଓ ଗର୍ବ ବସା ବାନ୍ଧିଥିବା କଥା ମଧ୍ୟ କହିଛନ୍ତି । ବିରୋଧୀଙ୍କ ବ୍ୟବହାର ଓଟପକ୍ଷୀ ଭଳି ହେଇଯାଇଛି । ଯାହାକୁ ନେଇ ଦେଶ କିଛି କରିପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Get real time updates directly on you device, subscribe now.