fbpx

୪୭ ବର୍ଷ ମଧ୍ୟରେ ପ୍ରଥମ ଥର ଚନ୍ଦ୍ର ଯାତ୍ରାରେ ଋଷ, ଲଞ୍ଚ କଲା ଲୁନା-୨୫ମିଶନ

ନୂଆଦିଲ୍ଲୀ: ଭାରତ ଖୁବ୍‌ଶୀଘ୍ର ଚନ୍ଦ୍ରରେ ଏହାର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-୩ ଲ୍ୟାଣ୍ଡ କରିବାକୁ ଯାଉଛି। ଏହାରି ମଧ୍ୟରେ ଭାରତର ଘନିଷ୍ଠ ବନ୍ଧୁ ଋଷ ଦୀର୍ଘ ୪୭ ବର୍ଷ ପରେ ଚନ୍ଦ୍ର ଅଭିମୁଖେ ବାହାରିଛି। ଶୁକ୍ରବାର ଋଷର ଭୋଷ୍ଟୋଚନି ଲଞ୍ଚ ସେଣ୍ଟରୁ ଚନ୍ଦ୍ର ଅଭିମୁଖେ ବାହାରିଛି ଲୁନା-୨୫। ୧୯୭୬ ପରେ ରୁଷର ପ୍ରଥମ ଲୁନା -୨୫ ଚନ୍ଦ୍ର ଲ୍ୟାଣ୍ଡର ଆରମ୍ଭ ହେବାକୁ ଯାଉଛି।

ଲୁନା -୨୫ ର ଉତକ୍ଷେପଣ ପାଇଁ ସୋୟୁଜ୍ -୨ ରକେଟର ବ୍ୟବହାର କରାଯାଇଥିବା ଋଷ ସ୍ପେସ୍ ଏଜେନ୍ସି କହିଛି। ଏହା ସାହାଯ୍ୟରେ ଚନ୍ଦ୍ରରେ ପହଞ୍ଚିବାକୁ ପ୍ରାୟ ସାଢେ ପାଞ୍ଚ ଦିନ ଲାଗିବ ଯଥା ୨୩ ଅଗଷ୍ଟରେ ଏହା ଚନ୍ଦ୍ରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏଥି ସହିତ, ଚନ୍ଦ୍ରାଯାନ -୩ ମଧ୍ୟ ୨୩ ଅଗଷ୍ଟରେ ଦକ୍ଷିଣ ପୋଲରେ ଅବତରଣ କରିବାର ଯୋଜନା ରହିଛି।

ତେବେ ଋଷର ଲୁନା -୨୫ ମହାକାଶଯାନ ଚନ୍ଦ୍ରରେ ପହଞ୍ଚିବାକୁ ପାଞ୍ଚ ଦିନ ଲାଗିବ ଏବଂ ପୋଲ ନିକଟରେ ଥିବା ତିନୋଟି ସମ୍ଭାବ୍ୟ ଅବତରଣ ସ୍ଥାନ ମଧ୍ୟରୁ ଗୋଟିଏରେ ଅବତରଣ କରିବା ପୂର୍ବରୁ ପାଞ୍ଚରୁ ସାତ ଦିନ ଚନ୍ଦ୍ରକୁ ପରିକ୍ରମା କରିବ।

ଅନ୍ତରିକ୍ଷ ବୈଜ୍ଞାନିକଙ୍କ ଅନୁଯାୟୀ, ଉଭୟ ମିଶନ ଲୁନା -୨୫ ଏବଂ ଚନ୍ଦ୍ରଯାନ -୩ ପରସ୍ପରର ପଥରେ ଆସିବେ ନାହିଁ । ଏଜେନ୍ସି ଅନୁଯାୟୀ, ଉଭୟ ମିଶନରେ ଅବତରଣ ପାଇଁ ଯୋଜନା କରାଯାଇଛି ।

ଋଷର ସ୍ପେସ୍ ଏଜେନ୍ସି ରସ୍କୋସ୍ମାସ୍ ଅନୁଯାୟୀ, ଦୁଇଟି ମିଶନ ମୁହାଁମୁହିଁ ହେବେ କିମ୍ବା ପରସ୍ପର ବାଟରେ ଆସିବାର କୌଣସି ସମ୍ଭାବନା ନାହିଁ । ଚନ୍ଦ୍ରରେ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି ।

Get real time updates directly on you device, subscribe now.