fbpx

ରକ୍ତଦାନ କରିବା ନେଇ ଟ୍ରାନ୍ସଜେଣ୍ଡରଙ୍କୁ ରୋକାଗଲା, ବହୁ ସଂଗଠନ କଲେ ବିରୋଧ, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ: କଲିକତାରେ ଟ୍ରାନ୍ସଜେଣ୍ଡର ସମାଜର କିଛି ଲୋକଙ୍କୁ ରକ୍ତଦାନ କରିବାକୁ ଦିଆନଯିବା ଘଟଣା ସାମ୍ନାକୁ ଆସିଛି । ଏନେଇ ସେଠାରେ ଅନେକ ଯୁକ୍ତି ତର୍କ କରାଯାଇଥିଲା । ଏହାପରେ ହେଲ୍ଥ ୱାର୍କର ବାଧ୍ୟ ହୋଇ ତାଙ୍କୁ ବ୍ଲଡ ଡୋନେଟ କରିବା ଲାଗି ଅନୁମତି ଦେଇଥିଲେ । ଏହି ଘଟଣାଟି ବହୁ ପ୍ରଶ୍ନ ଉଠାଇଛି । ପ୍ରକୃତରେ ତୃତୀୟଲିଙ୍ଗୀ ଲୋକମାନଙ୍କୁ ରକ୍ତଦାନ କରିବାର ଅନୁମତି ରହିଛି ନା ନାହିଁ? ଆସନ୍ତୁ ଜାଣିବା

ଆସୋସିଏଶନ ଫର ପ୍ରୋଟେକ୍ସନ ଅଫ ଡେମୋକ୍ରାଟିକ ରାଇଟ୍ସର ମହାସଚିବ ରଞ୍ଜୀତ ସୁର ଏନେଇ ଦୁଃଖ ପ୍ରକାଶ କରିଛନ୍ତି ଯେ, ‘ ମୁଁ ଏପରି ଘଟଣାକୁ ସମର୍ଥନ କରୁନାହିଁ । ମୋ ଆଖିରେ ଏହା ମାନବିକ ଅଧିକାରର ଉଲ୍ଲଂଘନ । ଦୁଃଖ କଥା ହେଉଛି ନେଶନାଲ ବ୍ଲଡ ଟ୍ରାନ୍ସଫ୍ୟୁଜର କାଉଁସିଲର ନିର୍ଦ୍ଦେଶ ଅନୁଯାୟୀ, ଟ୍ରାନ୍ସଜେଣ୍ଡର, ସମଲିଙ୍ଗୀ, ହୋମୋ-ସେକ୍ସୱାଲ ଏବଂ ସମଲିଙ୍ଗୀମାନଙ୍କୁ ରକ୍ତ ଦାନ କରିବାକୁ ଅନୁମତି ନାହିଁ। ତେବେ ଏହି ଆଦେଶ ପଛରେ ଥିବା କାରଣ ସ୍ପଷ୍ଟ କରାଯାଇ ନାହିଁ ଏବଂ ଏହା ବୈଜ୍ଞାନିକ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି, “ରକ୍ତଦାନ ଶିବିରରେ ଜଡିତ ଥିବା ବ୍ୟକ୍ତିଙ୍କ ସମେତ ଅନ୍ୟମାନେ ଏହି ନିର୍ଦ୍ଦେଶାବଳୀ ବିଷୟରେ ଅବଗତ ନୁହଁନ୍ତି। ରକ୍ତ ଦାନ ଏକ ସାମାଜିକ କର୍ତ୍ତବ୍ୟ ଏବଂ ଲିଙ୍ଗ-ପରିଚୟ ଆଧାରରେ କାହାକୁ ରକ୍ତ ଦାନକୁ ରୋକିବା ହେଉଛି ମାନବିକ ଅଧିକାରର ଉଲ୍ଲଂଘନ। ଆମେ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇଥାଉ।’

କୋଲକାତାର ମେଡିକାଲ ବ୍ୟାଙ୍କର ସଚିବ ଡି ଆଶିଶ କହିଛନ୍ତି, “ସେମାନେ ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରନ୍ତି କିନ୍ତୁ ଅନେକ ସମୟରେ ନଜର ଆସିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କକୁ ଶିବିରର ଅଧିକାରୀ ତଥା ଅନ୍ୟ ସଦସ୍ୟମାନେ ଅବହେଳା କରୁଛନ୍ତି। ଟ୍ରାନ୍ସଜେଣ୍ଡର ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ସ୍ପଷ୍ଟ ନୁହେଁ। ଟ୍ରାନ୍ସଜେଣ୍ଡର ଅଧିକାର କର୍ମୀ ଅନୁରାଗ ମୈତ୍ରେୟ ଏହା ଉପରେ କହିଛନ୍ତି, ‘ଅନ୍ୟ ନାଗରିକଙ୍କ ଧାଡିରେ ରକ୍ତ ଦାନ କରିବାର ଅଧିକାର ସେମାନଙ୍କର ଅଛି। ଯଦି କାହାକୁ ଏପରି କରିବାକୁ ବାରଣ କରାଯାଏ, ତେବେ ଏହା ସେମାନଙ୍କୁ ଅପମାନିତ କରିବା ପରି ଅଟେ।’

ଚଳିତ ବର୍ଷ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଉପରେ ଜବାବ ଦେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଟ୍ରାନ୍ସଜେଣ୍ଡର ଏବଂ ସମଲିଙ୍ଗୀ ସମାଜରେ ଏଚ୍.ଆଇ.ଭି, ହେପାଟାଇଟିସ୍-ବି ଏବଂ ହେପାଟାଇଟିସ୍-ସି ହେବାର ଆଶଙ୍କା ବହୁତ ଅଧିକ। ଏହି କାରଣରୁ ସେମାନଙ୍କୁ ରକ୍ତ ଦାନ ଉପରେ ବାରଣ କରାଯାଇଛି।

Get real time updates directly on you device, subscribe now.