fbpx

ଆଜିଠୁ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ: ଘରେ ଘରେ ଉଡ଼ିବ ଜାତୀୟ ପତାକା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶକୁ ତ୍ରିରଙ୍ଗାରେ ରଙ୍ଗେି ଦେବା ପାଇଁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା । ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ଦାୟିତ୍ୱବାନ ନାଗରିକ ଭାବରେ ନିଜ ଘରେ ବା ଅଫିସରେ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାହା ଦ୍ୱାରା ଦେଶର ପ୍ରତିଟି ପରିବାର ଏବଂ ପ୍ରତ୍ୟେକ ନାଗରିକ ସ୍ୱାଧୀନ ବୋଲି ବାର୍ତ୍ତା ପହଞ୍ଚି ପାରିବ । ତେଣୁ ଗତବର୍ଷ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ଚଳିତବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଆଜିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସ୍ୱାଧୀନ ଭାରତର ଗାଥା ଗାଇ ସାରା ଦେଶରେ ହର ଘର ତ୍ରିରଙ୍ଗା କ୍ୟାମ୍ପେନ ଜାରି ରହିବ । ୭୭ତମ ସ୍ୱାଧୀନତା ଦିବସର ଉତ୍ସବରେ ଦେଶର ଅଧିକରୁ ଅଧିକ ନାଗରିକ ନିଜକୁ ସାମିଲ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ନିଜ ଘର ସହିତ ଅପିସ ଏବଂ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବେ ଭାରତବାସୀ । ଏହାବ୍ୟତୀତ ରାଜଧାନୀ ଦିଲ୍ଲୀରେ ଏନଡିଏ ସାଂସଦ ଏବଂ ନେତାମାନଙ୍କର ଏକ ଶୋଭାଯାତ୍ରା ଆୟୋଜନ କରାଯାଇଛି । ତେବେ ହର ଘର ଅଭିଯାନରେ ସାମିଲ ହେବା ପାଇଁ ପୋଷ୍ଟ ଅପିସକୁ ତ୍ରିରଙ୍କା ପତାକାର ଦାୟିତ୍ୱ ଦିଆଯାଇଛି । ପୋଷ୍ଟ ଅଫିସରୁ ମାତ୍ର ୨୫ ଟଙ୍କାରେ ତ୍ରିରଙ୍ଗା ପତାକା ପାଇପାରିବେ ଲୋକେ । ଯାହାକୁ ସେମାନେ ନିଜ ଘରେ ଲଗାଇବା ସହ ୭୭ତମ ବର୍ଷ ସ୍ୱାଧୀନତା ଦିବସ ପାଳନ କରିପାରିବେ ।

Get real time updates directly on you device, subscribe now.