fbpx

କୌଣସି ବି ସଂଗଠନରେ କର୍ମଚାରୀଙ୍କର ଅଭିଯୋଗ କରିବାର ସ୍ୱଭାବିକ ଅଧିକାର ରହିଛି, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ମଦୁରାଇ: ମାଡ୍ରାସ ହାଇକୋର୍ଟ ଏକ ମାମଲାରେ ନିଜର ରାୟ ଶୁଣାଇ କହିଛନ୍ତି ନିଜର କ୍ଷୋଭ ପ୍ରକାଶ କରିବା କର୍ମଚାରୀଙ୍କର ଅଧିକାର । କୋର୍ଟ ଏହି ନିଷ୍ପତ୍ତି ତାମିଲନାଡୁ ଗ୍ରାମ୍ୟ ବ୍ୟାଙ୍କର ଜଣେ କର୍ମଚାରୀଙ୍କର ପୋଷ୍ଟକୁ ନେଇ ଶୁଣାଇଛନ୍ତି । କର୍ମଚାରୀ ଜଣକ ବ୍ୟାଙ୍କର ପ୍ରଶାସନିକ ନିଷ୍ପତ୍ତିର ମଜାକ ଉଡାଇବା ସହିତ ହ୍ୱାଟସଆପରେ ଏକ ଆଲୋଚନାତ୍ମକ ସନ୍ଦେଶ ପଠାଇଥିଲେ । ଏହି ମାମଲାରେ ଜଷ୍ଟିସ ଜିଆର୍ ସ୍ୱାମୀନାଥନ କହିଛନ୍ତି କୌଣସି ବି ସଂଗଠନରେ କର୍ମଚାରୀଙ୍କ ଅଭିଯୋଗ କରିବାର ସ୍ୱଭାବିକ ଅଧିକାର ରହିଛି । କୋର୍ଟ ଏହା ମଧ୍ୟ କହିଛନ୍ତି ମ୍ୟାନେଜମେଣ୍ଟ ସେତେବେଳେ ହସ୍ତକ୍ଷେପ କରିବ ଯେତେବେଳେ ସଂଗଠନର ଭାବମୂର୍ତ୍ତି ଉପରେ ବାସ୍ତବିକ ପ୍ରଭାବ ପଡିବାର ଆଶଙ୍କା ଦେଖାଦେବ ।

ଏହି ମାମଲା ତାମିଲନାଡୁ ଗ୍ରାମ ବ୍ୟାଙ୍କର ତୁତିକୋରିନ ସ୍ଥିତ ଅରୁମୁଗାନେରୀ ଶାଖାରେ ନିଯୁକ୍ତ ଅଫିସ ଆସିଷ୍ଟାଣ୍ଟ ଲକ୍ଷ୍ମୀନାରାୟଣଙ୍କ ସହ ଜଡିତ । ଲକ୍ଷ୍ମୀନାରାୟଣ ଜଣେ ଟ୍ରେଡ ୟୁନିଅନ ଆକ୍ଟିଭିଷ୍ଟ । ଏକ ହ୍ୱାଟସଆପ ପୋଷ୍ଟ ଲାଗି ବ୍ୟାଙ୍କ ଲକ୍ଷ୍ମୀନାରାୟଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହାପରେ ଲକ୍ଷ୍ମୀନାରାୟଣ ଏହି କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ହାଇକୋର୍ଟର ମଦୁରାଇ ବ୍ରାଞ୍ଚରେ ଯାଚିକା ଦାଖଲ କରିଥିଲେ । ବିଚାରପତି ଦେଖିଥିଲେ ଯେ,ବ୍ୟାଙ୍କ ୨୦୧୯ରେ ସୋସିଆଲ ମିଡିଆରେ କର୍ମଚାରୀଙ୍କର ବ୍ୟବହାରକୁ ନେଇ ଏକ ସର୍କୁଲାର ଜାରି କରିଥିଲା । ନିଜ ରାୟରେ କୋର୍ଟ କହିଥିଲେ କି କର୍ମଚାରୀଙ୍କର ହ୍ୱାଟସଆପ ମେସେଜ୍ ବ୍ୟାଙ୍କର ଏହି ନିୟମକୁ ଭାଙ୍ଗୁନାହିଁ । ଏହାସହିତ ବିଚାରପତି କହିଥିଲେ କାର୍ଯ୍ୟସ୍ଥଳ ବାହାରେ ବ୍ୟକ୍ତିଗତ ଆଲୋଚନାର ଯାଞ୍ଚ କରାଯାଏ ନାହିଁ ।

Get real time updates directly on you device, subscribe now.