fbpx

ଗାଈଗୋରୁଙ୍କୁ ଏଣେତେଣେ ଛାଡିଲେ ମାଲିକଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଓଡିଶା ଭାସ୍କର; ନୂଆ ନୂଆ ଢଙ୍ଗରେ ନୂଆ ନୂଆ ଗାଇଡ଼ଲାଇନ ପ୍ରସ୍ତୁତ କରୁଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ଘରୁ କିମ୍ୱା ଅଫିସରୁ ମଶା ବାହାରିଲେ ଫାଇନ କଟାଯିବ ବୋଲି ଗତକାଲି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା ବିଏମସି । ସେହିପରି ଆଜି ଆଉ ଏକ ଅଭିନବ ପଦକ୍ଷେପ ମଧ୍ୟ ଗ୍ରହଣ କରିବାକୁ ଯାଉଛି ।

ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନିଆଯିବ । ଆଉ ଯେଉଁ ମାଲିକ ସେମାନଙ୍କ ଗାଈ ବୋଲି ଦାବି କରିବେ, ସେମାନଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି କିଛି ନିଷ୍ପତି ନେଇଛି ଭୁବନେଶ୍ୱର ମହାନଗର ନିଗମ କାର୍ୟ୍ୟାଳୟ ବା ବିଏମସି । ରାଜଧାନୀ ରାଜରାସ୍ତାରେ ବୁଲା ଗାଈଗୋରୁଙ୍କୁ ମୁକ୍ତ ବିଚରଣ ରୋକିବାକୁ ନେଇ ବିଏମସିର ନୂଆ ଗାଇଡଲାଇନ୍ କରାଯାଇଛି । ବୁଲା ଗାଈଗୋରୁଙ୍କ ପାଇଁ ସହରରେ ଯାନବାହନ ଚଳାଚଳରେ ବାଧା, ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ଘଟୁଥିବାରୁ ଏହାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେବାକୁ ଯାଉଛି ବିଏମସି । ବିଏମସି କର୍ତ୍ତୃପକ୍ଷ ଏହି ଯୋଜନା କାର୍ଯ୍ୟାନୁଷ୍ଠାନ କରିବା ଲାଗି ବ୍ରହ୍ମଗିରି, ଜଟଣୀ, ବେଗୁନିଆ ଆଦି ସ୍ଥାନରେ ଥିବା ଗୋଶାଳା କର୍ମକର୍ତ୍ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.