fbpx
BSKY SKY
BSKY SKY

ଶହୀଦ ସୁଶାନ୍ତ ଖୁଣ୍ଟିଆଙ୍କୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

BSKY

ଭୁବନେଶ୍ୱର; ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଶହୀଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ । ଏନେଇ ନେଇ ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ମାଟି ମା’ର ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ। ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ପ୍ରକାଶ ଯେ, ଆଜି ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ପୁଅ ସହିଦ ହୋଇଛନ୍ତି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ଯବାନ ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତ ଖୁଣ୍ଟିଆ ଆଜି ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଛନ୍ତି । ଗତ ଜୁନ ମାସ ୨ ତାରିଖରେ ସେ ବିବାହ କରିଥିଲେ । ତାଙ୍କର ମାଆ ଏବେ ରାଜଧାନୀ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ଗତ ୨୦୨୦ ମସିହା ଫେବୃଆରୀ ମାସ ୭ ତାରିଖରେ ସୁଶାନ୍ତଙ୍କ ପିତା ଆତୁଳ ଖୁଣ୍ଡିଆଙ୍କ ପରଲୋକ ଘଟିଥିଲା । ଏହାପରେ ୨୦୨୨ ମସିହାରେ ମଝିଆଁ ଭାଇ କ୍ୟାନସରରେ ପ୍ରାଣ ହରାଇଥିଲେ । ଜାମସେଦପୁରରେ ଚାକିରି କରୁଥିବା ସମୟରେ ଚଳିତ ବର୍ଷ ଜାନୁଆରୀରେ ବଡ଼ ଭାଇ ମୃତ୍ୟୁବରଣ କରିଥିଲେ । ବଡ଼ ଦୁଃଖର ସହ କହିବାକୁ ପଡୁଛି ଯେ, ୨ ବର୍ଷରେ ଲିଭି ଯାଇଛି ତାଙ୍କ ପରିବାରର ୪ ଜୀବନ ଦୀପ ।

Get real time updates directly on you device, subscribe now.