fbpx

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ୨୦୨୩ ଫାଇନାଲରେ ପହଞ୍ଚିଲା ଭାରତ: ୫-୦ ଗୋଲରେ ହାରିଲା ଜାପାନ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନସ ଟ୍ରଫି ହକି ୨୦୨୩ ସେମିଫାଇନାଲରେ ଭାରତ ଶାନଦାର ପ୍ରଦର୍ଶନ କରିଛି । ଆଜି ସେମିଫାଇନାଲ ମ୍ୟାଚରେ ଭାରତ ଓ ଜାପାନ ମଧ୍ୟରେ ଟକ୍କର ହୋଇଥିଲା । ତେବେ ଏହି ଲଢ଼େଇରେ ଭାରତ ୫-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା । ଏହି ବିଜୟ ଫଳରେ ଭାରତ ଫାଇନାଲ ମୁକାବିଲାରେ ମାଲେସିଆକୁ ଭେଟିବ ।

ଚେନ୍ନାଇରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଆଜି ଏକତରଫା ବିଜୟ ହାସଲ କରିନେଇଥିଲା । ନୂଆ କୋଚ କ୍ରେଗ ଫୁଲଟନଙ୍କ ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟରେ ପ୍ରଥମରୁ ଧିମା ପ୍ରଦର୍ଶନ କରିଥିଲା । ମାତ୍ର ଆଜି ଦଳର ଆଟାକକୁ ଜାପାନର ଖେଳାଳିମାନେ ରୋକିବାରେ ଅସମର୍ଥ ହୋଇଥିଲା । ଫଳରେ ଦଳ ୫-୦ରେ ବିଜୟ ହାସଲ କରିବା ସହ ଏବେ ଫାଇନାଲ ଟିକେଟ୍ ହାତେଇ ନେଇଛି । ଏଅନ୍ୟପକ୍ଷରେ ମାଲେସିଆ ଡିଫେଣ୍ଡିଂ ଚାମ୍ପିୟନ ସାଉଥ କୋରିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।

ଏବେ ଟ୍ରଫି ପାଇଁ ଭାରତ ଓ ମାଲେସିଆ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଆଜି ସେମିଫାଇନାଲରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସେମିରେ ମାଲେସିଆ ଦକ୍ଷିଣ କୋରିଆକୁ ଓ ଦ୍ୱିତୀୟ ସେମିରେ ଭାରତ ଜାପାନକୁ ହରାଇଥିଲା । ୨୦୨୧ରେ ହୋଇଥିବା ପୂର୍ବ ସଂସ୍କରଣରେ ଦକ୍ଷିଣ କୋରିଆ ଟ୍ରଫି ଜିତିଥିଲା । ମାତ୍ର ଏଥର ଦଳ ଫାଇନାଲରେ ପହଞ୍ଚି ପାରିନାହିଁ । ଦଳ ଗ୍ରୁପ ଷ୍ଟେଜରେ ମାଲେରିଆକୁ ୧-୦ରେ ପରାସ୍ତ କରିଥିଲେ ହେଁ ସେମି ଲଢ଼େଇରେ ୬-୨ରେ ପରାଜୟ ବରଣ କରିଥିଲା ।

Get real time updates directly on you device, subscribe now.