fbpx
BJD
BJD SKY
BJD SKY

‘ଗଦ୍ଦର-୨’ ସିନେମା ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

BJD

ଓଡିଶା ଭାସ୍କର; ସନ୍ନି ଦେଓଲଙ୍କ ଅଭିନୀତ ‘ଗଦ୍ଦର-୨’ ସିନେମାକୁ ନେଇ ଏବେ ଖୁବ ଚର୍ଚ୍ଚା ଦେଖିବାକୁ ମିଳୁଛି । ବିଭିନ୍ନ ସିନେମା ହଲରେ ଏହା ରିଲିଜ ହୋଇଥିବା ବେଳେ ପ୍ରାୟ ସମସ୍ତେ ଏହାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବି ଏହି ସିନେମାଟିକୁ ଦେଖିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ସିନେମାର ନିର୍ଦ୍ଦେଶକ ଅନିଲ ଶର୍ମା ସୂଚନା ଦେଇ କହିଛନ୍ତି ।

ଅନୀଲ ଶର୍ମାଙ୍କୁ ପ୍ରଥମେ ସେନସର୍ ବୋର୍ଡ ତରଫରୁ ଫୋନ୍ ଆସିଥିଲା । ଯାହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଫିଲ୍ମ ଦେଖିବାକୁ ଇଚ୍ଛା କରିଥିବା ତାଙ୍କୁ କୁହାଯାଇଥିଲା । ଏହି ଖବର ପାଇବା ପରେ ଫିଲ୍ମର ନିର୍ଦ୍ଦେଶକଙ୍କ ସହିତ କ୍ରିଉ ମେମ୍ବରଙ୍କ ଭିତରେ ଉତ୍ସାହ ଖେଳିଯାଇଥିଲା । ତେବେ ଏଥି ପାଇଁ ତାଙ୍କୁ ରାଷ୍ଟ୍ରପତି ଭବନକୁ ମଧ୍ୟ ନିମନ୍ତ୍ରଣ ରହିଛି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସୂଚନା ଥାଉକି, ୨୦୦୧ରେ ଗଦ୍ଦର ଫିଲ୍ମର ପ୍ରଥମ ଭାଗ ରିଲିଜ୍ ହେଇଥିଲା । ଯେଉଁଥିରେ ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ । ସେହି ସମୟରେ ଫିଲ୍ମର ଗୀତ ମଧ୍ୟ ଖୁବ ହିଟ୍ ହୋଇଥିଲା । ଏଥର ବି ‘ଗଦ୍ଦର-୨’ ଅନେକ ହିଟ୍ ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.