fbpx

୪୬ ଜଣ ନେତାଙ୍କୁ ଦାୟିତ୍ୱ ଦେଲା BJD: ଦଳ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ । ତେଣୁ ଏହାକୁ ନେଇ ଏବେଠାରୁ ରାଜ୍ୟର ରାଜନୈତିକ ମାହୋଲ ସରଗରମ୍ ହୋଇ ଉଠିଲାଣି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆଗାମୀ ଯୁଦ୍ଧ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ବିରୋଧୀ ବିଜେପି ଓ କଂଗ୍ରେସ ଏଥର ଅଧିକ ସିଟ୍ ଅକ୍ତିଆର କରି ସରକାର ଗଠନ ନେଇ ଲକ୍ଷ୍ୟ ରଖିଥିବା ବେଳେ ଦଳର ସଂଗଠନରେ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି ।

ତେବେ ଶାସକ ବିଜେଡି ଆସନ୍ତା ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ସହ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ଏହି କ୍ରମରେ ଦଳ ପକ୍ଷରୁ ରାଜ୍ୟ, ଜିଲ୍ଲା ଓ ବ୍ଲକ, ପଞ୍ଚାୟତ ସ୍ତରରେ ନୂଆ ନେତାଙ୍କୁ ନିଯୁକ୍ତି ଦିଆଯାଉଛି । ନିକଟରେ କିଛି ଜିଲ୍ଲାର ସଂଗଠନକୁ ବିଜେଡି ପୁନର୍ଗଠନ କରି ନୂଆ ନେତାଙ୍କ ନାମ ଘୋଷଣା କରିଥିଲା ।

ଏହା ମଧ୍ୟରେ ରାୟଗଡ଼ା ଜିଲ୍ଲା ବିଜେଡି ସଂଗଠନରେ ନୂଆ ନେତାଙ୍କୁ ସ୍ଥାନ ମିଳିଛି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲାର ନୂଆ ଟିମରେ ୧୪ ଜଣ ଉପସଭାପତି, ୧୫ ଜଣ ସାଧାରଣ ସମ୍ପାଦକ, ୧୭ ଜଣ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ଗତ ମାସରେ ଦଳ ପକ୍ଷରୁ ସୁନ୍ଦରଗଡ଼ ବିଜେଡି ଜିଲ୍ଲା ସଂଗଠନକୁ ପୁନର୍ଗଠନ କରାଯାଇଥିଲା । ଦଳ ପକ୍ଷରୁ ୮ ଜଣ ଉପସଭାପତି, ୧୬ ଜଣ ସାଧାରଣ ସମ୍ପାଦକ, ୩୫ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ୧୯ ଜଣ ଉପଦେଷ୍ଟା କମିଟି ସଦସ୍ୟ ଏପରି ଭାବେ ୭୮ ଜଣଙ୍କୁ ଦାୟିତ୍ୱ ମିଳିଥିଲା ।

Get real time updates directly on you device, subscribe now.