fbpx

ଜେନେରିକ୍ ମେଡିସିନ ନ ଲେଖିଲେ ଡାକ୍ତରୀ ପ୍ରାକ୍ଟିସ ଲାଗି ଲାଇସେନ୍ସକୁ କରିଦିଆଯିବ ରଦ୍ଦ, NMC ନେଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଜାତୀୟ ଚିକିତ୍ସା ଆୟୋଗ (ଏନଏମସି) ଏବେ ଏକ ନୂଆ ନିୟମ ଜାରି କରିଛି । ଏହି ନୂଆ ନିୟମ ଅନୁସାରେ ସମସ୍ତ ଡାକ୍ତରଙ୍କୁ ଏଣିକି ଜେନେରିକ୍ ମେଡିସିନ ଲେଖିବାକୁ ହେବ । ଏପରି ନ କଲେ ସେମାନଙ୍କୁ ଦଣ୍ଡିତ କରାଯିବ । ଏହାସହିତ ପ୍ରାକ୍ଟିସ କରିବା ଲାଗି ପ୍ରଦତ୍ତ ସେମାନଙ୍କ ଲାଇସେନ୍ସକୁ ବି ଏକ ନିର୍ଦ୍ଧିିଷ୍ଟ ସମୟ ଲାଗି ରଦ୍ଦ କରିଦିଆଯିବ । ଏନଏମସି ଏଣିକି ଡାକ୍ତରଙ୍କୁ ବ୍ରାଣ୍ଡେଡ ଜେନେରିକ ମେଡିସିନ ନ ଲେଖିବାକୁ ମଧ୍ୟ କହିଛି । ତେବେ ଭାରତରେ ଏବେ ଡାକ୍ତରଙ୍କ ଲାଗି କେବଳ ଜେନେରିକ୍ ମେଡିସନ ଲେଖିବାର ଆବଶ୍ୟକତା ରହିଛି । କିନ୍ତୁ ଭାରତୀୟ ଚିକିତ୍ସା ପରିଷଦ ଦ୍ୱାରା ୨୦୦୨ରେ ଜାରି ନିୟମରେ କୌଣସି ଦଣ୍ଡ ବିଧାନ ବିଷୟରେ ଉଲ୍ଲେଖ ହୋଇନାହିଁ ।

୨ ଅଗଷ୍ଟରେ ପ୍ରକାଶ ପାଇଥିବା (ଏନଏମସି) ର ଅଧିସୂଚୀତ ନିୟମରେ କୁହାଯାଇଛି ଯେ, ଭାରତରେ ମେଡିସିନ ଉପରେ ନିଜ ପକେଟରୁ କରାଯାଉଥିବା ଖର୍ଚ୍ଚ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାର୍ବଜନିକ ଖର୍ଚ୍ଚର ଏକ ବଡ ଅଂଶ । ଏଥିରେ କୁହାଯାଇଛି ଯେ, ଜେନେରିକ୍ ମେଡିସିନ୍ ବ୍ରାଣ୍ଡେଡ୍ ମେଡିସିନ ତୁଳନାରେ ତୁଳନାରେ ୩୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା । ଏଣୁ ଜେନେରିକ ମେଡିସିନ୍ ଲେଖିିବା ଦ୍ୱାରା ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଖର୍ଚ୍ଚ କମ୍ ଆସିବ ଓ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ମିଳିପାରିବ ।

ବ୍ରାଣ୍ଡେଡ୍ ଜେନେରିକ ମେଡିସିନ ହେଉଛି ସେହି ମେଡିସିନ ଯାହା ପେଟେଣ୍ଟରୁ ବାହାର ହୋଇଯାଇଛି ଏବଂ ମେଡିସନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଛି ଓ ବିଭିନ୍ନ କମ୍ପାନୀର ବ୍ରାଣ୍ଡ ନାମରେ ବିକ୍ରୀ ହେଉଛି । ଏହି ମେଡିସିନ୍ ଉପରେ ନିୟାମକର ନିୟନ୍ତ୍ରଣ କମ୍ ରହିଥିବାରୁ ଏହା ଜେନେରିକ୍ ମେଡିସିନ ଠାରୁ ମହଙ୍ଗା । ନୂଆ ନିୟମରେ କୁହାଯାଇଛି ସମସ୍ତ ପଞ୍ଜୀକୃତ ଔଷଧ ବ୍ୟବସାୟୀ ସ୍ପଷ୍ଟ ରୂପରେ ଲେଖାଯାଇଥିବା ଜେନେରିକ ନାମର ଉପଯୋଗ କରି ମେଡିସିନ୍ ଲେଖିବେ । ଯଦି ନିୟମର ଉଲଙ୍ଘନ କରିବେ ତେବେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି କ୍ରମରେ ଡାକ୍ତରଙ୍କୁ ନିୟମ ବିଷୟରେ ଅଧିକ ସାବଧାନ ରହିବାକୁ ଚେତାବନୀ ଦିଆଯାଇଛି । ଆଗକୁ ଏ ସମ୍ବନ୍ଧରେ ଏକ ୱାର୍କସପରେ ଭାଗ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇପାରେ ।

Get real time updates directly on you device, subscribe now.