fbpx

ଅକ୍ଷୟ କୁମାରଙ୍କୁ ମିଳିଲା ଭାରତର ନାଗରିକତ୍ୱ, ପୋଷ୍ଟ ସେୟାର କରି ଖୁସି ବ୍ୟକ୍ତ କଲେ ଅଭିନେତା

ନୂଆଦିଲ୍ଲୀ: ଭାରତ ଦେଶ ଆଜି ନିଜର ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଆଜିର ଦିନ ବଲିଉଡ ଖେଳାଳି ଅକ୍ଷୟ କୁମାରଙ୍କ ପାଇଁ ବହୁତ ଖୁସି ଆଣିଦେଇଛି । ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘Oh My God 2’ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରଟି ଲୋକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି । ଏଥିସହିତ ବର୍ତ୍ତମାନ ଏକ ପୋଷ୍ଟ ସେୟାର କରି ଅକ୍ଷୟ କୁମାର କହିଛନ୍ତି ଯେ ସେ ଭାରତର ନାଗରିକତ୍ୱ ପାଇଛନ୍ତି ।

ଅଭିନେତା ନିଜ ଇନଷ୍ଟାଗ୍ରାମରେ ଗୃହ ମନ୍ତ୍ରଣାଳୟର ଏକ ଫାଇଲର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ନାଗରିକତ୍ୱ ପ୍ରଦାନ ସହ ଜଡିତ କିଛି କାଗଜପତ୍ର ଦୃଶ୍ୟମାନ ହେଉଛି । ଏହି ପୋଷ୍ଟ ସେୟାର କରିବାବେଳେ ଅଭିନେତା ଏକ ବିଶେଷ କ୍ୟାପସନ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି, ‘ହୃଦୟ ଏବଂ ନାଗରିକତା ଉଭୟ ହିନ୍ଦୁସ୍ତାନୀ’ । ଅକ୍ଷୟଙ୍କର ପୂର୍ବରୁ କାନାଡାର ନାଗରିକତା ଥିଲା, ଯେଉଁଥିପାଇଁ ତାଙ୍କୁ ଅନେକ ଥର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

 

View this post on Instagram

 

A post shared by Akshay Kumar (@akshaykumar)

ତେବେ ଅକ୍ଷୟ କୁମାର ୧୯୯୦ ମସିହାରେ ୩୩ ବର୍ଷ ପୂର୍ବେ ଭାରତୀୟ ନାଗରିକତ୍ୱ ଛାଡି କାନାଡାର ନାଗରିକ ହୋଇଥିଲେ । ସେତେବେଳେ ତାଙ୍କ ଚଳଚ୍ଚିତ୍ର ଭାରତରେ ଚାଲୁ ନଥିଲା, ତେଣୁ ସେ କାନାଡାରେ ବସବାସ କରିବାକୁ ଚାହୁଁଥିଲେ । ଅବଶ୍ୟ ପରେ ତାଙ୍କ କ୍ୟାରିଅର୍ ଏକ ମୋଡ଼ ନେଇଥିଲା ଏବଂ ସେ କାନାଡା ଯିବା ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ । କିଛି ସମୟ ପୂର୍ବରୁ ଏକ ସାକ୍ଷାତକାରରେ ଅକ୍ଷୟ ତାଙ୍କ କାନାଡିୟ ନାଗରିକତା ବିଷୟରେ କହିଥିଲେ । ଯେଉଁଥିରେ ସେ କହିଥିଲେ, “ଯେତେବେଳେ ମୋର ଚଳଚ୍ଚିତ୍ର ଭଲ କାମ କରୁନଥିଲା, ମୁଁ ଭାବିଲି ମୁଁ ଯାଇ ଅନ୍ୟତ୍ର କାମ କରିବି । ସେଠାରେ ମୋର ଜଣେ ବନ୍ଧୁ ଥିଲେ, ସେ କହୁଥିଲେ ଏଠାକୁ ଆସ । ମୁଁ ଭାବିଲି ମୋର ଭାଗ୍ୟ ଏଠାରେ କାମ କରୁନାହିଁ ତେଣୁ ମୁଁ ସେଠାକୁ ଯାଇଥିଲି ।

 

View this post on Instagram

 

A post shared by Akshay Kumar (@akshaykumar)

ଅକ୍ଷୟ ଆହୁରି କହିଛନ୍ତି ଯେ, ସେହି ସମୟରେ ସେ ସେଠାରେ ନାଗରିକତା ପାଇଁ ଆବେଦନ କରିଥିଲେ ଏବଂ ତାଙ୍କୁ ମିଳିଯାଇଥିଲା । ମାତ୍ର ଏହା ପରେ ଅକ୍ଷୟଙ୍କ ଚଳଚ୍ଚିତ୍ର ଭାରତରେ ଚାଲିବା ଆରମ୍ଭ କଲା । ତା’ପରେ ସେ ସ୍ଥିର କଲେ ଯେ ସେ ଏଠାରେ ରହିବେ । ଏବିଷୟରେ ସେ ଆଉ କେବେ ଚିନ୍ତା କଲେ ନାହିଁ । ସେ ୨୦୧୯ ରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଥିଲେ ।

Get real time updates directly on you device, subscribe now.