fbpx

କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ବଡ ନିଷ୍ପତ୍ତି, ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ମଞ୍ଜୁରୀ ମିଳିସାରିଛି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଏହା ଉପରେ ୫୭, ୬୧୩ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସାରା ଦେଶରେ ପ୍ରାୟ ୧୦,୦୦୦ ନୂଆ ଇଲେକ୍ଟ୍ରିକ ବସ୍ ଉପଲବ୍ଧ କରାଯିବ । ଅନ୍ୟପକ୍ଷରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ନିଜର ସ୍ୱାଧୀନତା ଦିବସ ଭାଷଣରେ କାରିଗରମାନଙ୍କ ଲାଗି ବିଶ୍ୱକର୍ମା ଯୋଜନାରେ ଘୋଷଣା କରିଥିଲେ ।

କ୍ୟାବିନେଟ୍ ୧୩୦୦୦ କୋଟି ଟଙ୍କାର ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ ଦେଇ ଦେଇଛି । ସେ କହିଛନ୍ତି ଏହି ଯୋଜନାରେ ବିଭିନ୍ନ ଶ୍ରେଣୀର କାରିଗର ପରିବାରଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ୫ ପ୍ରତିଶତ ସୁଧରେ ଦିଆଯିବ । ଏହା ବ୍ୟତିତ କ୍ୟାବିନେଟ୍ ୧୪, ୯୦୩ କୋଟି ଟଙ୍କା ଖର୍ଚ୍ଚରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ବିସ୍ତାରକୁ ମଞ୍ଜୁରୀ ଦେଇଛି ।

 

Get real time updates directly on you device, subscribe now.