fbpx
BJD SKY
BJD SKY

ମାଟିରେ ଫଳୁଥିବା ଲାଲ ସୁନା ବଦଳାଇ ଦେବ କାଶ୍ମୀର ଚାଷୀଙ୍କ ଭାଗ୍ୟ, ଆସନ୍ତୁ ଜାଣିବା କ’ଣ ଏହି ସୁନା ଓ କେମିତି ଏହା ଚାଷ କରାଯାଏ

BJD

ନୂଆଦିଲ୍ଲୀ: କାଶ୍ମୀରରେ କେଶର ଚାଷ କରାଯାଏ । ଏହି କେଶର ଚାଷ କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । କାଶ୍ମୀର ହେଉଛି ଭାରତର ଏକମାତ୍ର ସ୍ଥାନ ଯେଉଁଠାରେ କେଶର ଚାଷ କରାଯାଏ । ଭାରତର ସଂସ୍କୃତିରେ କେଶରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୂଜା ପାଠ ଠାରୁ ଆରମ୍ଭ କରି ଔଷଧ, ଖାଦ୍ୟ ଏବଂ ପାନୀୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କେଶରର ବ୍ୟବହାର ହୋଇଥାଏ । ଏହି କେଶରର ମୂଲ୍ୟ କିଲୋଗ୍ରାମ ପ୍ରତି ୨ ଲକ୍ଷ ଟଙ୍କା । ତେବେ ଏଠାରେ ପ୍ରଶ୍ନ ଉଠୁଛି କ’ଣ ପାଇଁ ଏହି କେଶରର ମୂଲ୍ୟ ଏତେ ଅଧିକ । ତେବେ ଏହି କ୍ଷେତ୍ରରେ ଜମ୍ମୁ କାଶ୍ମୀର କ’ଣ ପାଇଁ ଆଗରେ ରହିଛି । କେମିତି ସେଠାରେ ଏତେ ଦ୍ରୁତ ଗତିରେ କେଶର ଚାଷ ବଢିିବାରେ ଲାଗିଛି, ଆସନ୍ତୁ ଜାଣିବା ତାହାର କାରଣ ।

କାଶ୍ମୀରର କୃଷି ନିର୍ଦ୍ଦେଶକ ଚୌଧୁରୀ ମୋହମଦ ଇକବାଲ କହିଛନ୍ତି ଜାତୀୟ କେଶର ମିଶନ ସହାୟତାରେ ଚାଷ କରିବା ଦ୍ୱାରା କେଶର ଚାଷ ବୃଦ୍ଧି ପାଇଛି । ୨୦୨୦-୨୧ ମସିହାରେ କାଶ୍ମୀର କେଶର ଜିଆଇ ଟ୍ୟାଗ ପାଇଥିଲା । ଯାହାପରେ ଏହି କେଶରର ମୂଲ୍ୟ ଆକାଶ ଛୁଆଁ ହୋଇଥିଲା । ଏବେ ଏହାର ମୂଲ୍ୟ ଲକ୍ଷରେ ପହଞ୍ଚିଛି । ଆଗରୁ କେଶରର ମୂଲ୍ୟ ଏକ ଲକ୍ଷ କିମ୍ବା ଦୁଇ ଲକ୍ଷ ରହୁଥିଲା । କିନ୍ତୁ ଏବେ ତାହା ୩ ଲକ୍ଷରେ ପହଞ୍ଚିଛି । ଏବେ ଏହାକୁ ମାଟିରେ ଫଳୁ ଥିବା ସୁନାର ନାମ ଦିଆଯାଇଛି । ଏହାର ମାତ୍ର ୧୦ ଗ୍ରାମର ପ୍ୟାକେଟ ୩୨୫୦ ଟଙ୍କାରେ ମିଳୁଛି । ତେବେ ଦେଖିବାକୁ ଗଲେ ରୂପାର ମୂଲ୍ୟ କେଶର ଠାରୁ କମ । ଏହା ଦ୍ୱାରା କେଶର ଚାଷୀ ମାନଙ୍କୁ ଅଧିକ ଫାଇଦା ମିଳୁଛି । ତେବେ ଦେଖିବାକୁ ଗଲେ ପ୍ରତି ବର୍ଷ କାଶ୍ମିର ଘାଟିରୁ ୧୮ ଲକ୍ଷ ଟନ କେଶର ଉତ୍ପାଦ ହେଉଛି । ଏହାଛଡା କେଶରକୁ ଜିଆଇ ଟ୍ୟାଗ ମିଳିବା ପରେ ସାରା ବିଶ୍ୱରେ ଏହାର ଚାହିଦା ବଢିବାରେ ଲାଗିଛି । ଆମେରିକା, କାନାଡା ଏବଂ ୟୁରୋପିୟ ଦେଶଗୁଡିକ ଅଧିକ ମାତ୍ରାରେ କେଶର ଆମଦାନୀ କରୁଛନ୍ତି । ଥଣ୍ଡା ଦେଶରେ କେଶରକୁ ଅଧିକ ପସନ୍ଦ କରୁଛନ୍ତି ଲୋକମାନେ ।

ତେବେ କେଶରର ବଢୁଥିବା ମୂଲ୍ୟକୁ ଦେଖି ଏହାକୁ ‘ଲାଲ ସୁନା’ ମଧ୍ୟ କୁହାଯାଉଛି । ସୁନା ପରି କେଶରକୁ ମଧ୍ୟ ଓଜନ କରି ବିକାଯାଉଛି । ତେବେ ଏହି କେଶର ଚାଷ ପାଇଁ ଆବଶ୍ୟକ ପଡୁଥିବା ଲାଲ ମାଟି କାଶ୍ମୀରରେ ହିଁ ରହିଛି । ଏହି ଚାଷ ୪ ମାସ ପର୍ଯ୍ୟନ୍ତ କରାଯାଇଥାଏ । ଅକ୍ଟୋବର ମାସରେ ଏହି ଫୁଲ ଫୁଟିଥାଏ । ଗୋଟିଏ କ୍ଷେତରୁ ପ୍ରାୟ ୨ କିଲୋ ଶୁଖିଲା ଫୁଲ ମିଳିଥାଏ । ୧୫୦ ଫୁଲର ପାଖୁଡା ବାହାର କଲା ପରେ ଏକ ଗ୍ରାମ କେଶର ମିଳିଥାଏ ।

 

Get real time updates directly on you device, subscribe now.