fbpx

ନେହେରୁଙ୍କ ପରିଚୟ ହେଉଛି ତାଙ୍କ କାର୍ଯ୍ୟ, ନେହେରୁ ମେମୋରିଆଲର ନାମ ପରିବର୍ତ୍ତନ ଉପରେ ରାହୁଲଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ନାମ ପରିବର୍ତ୍ତନ ନେଇ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନେହେରୁଙ୍କ ପରିଚୟ ହେଉଛି ତାଙ୍କର କାର୍ଯ୍ୟ, କିନ୍ତୁ ତାଙ୍କ ନାମ ସେଠାରେ ନାହିଁ । କେନ୍ଦ୍ର ସରକାର ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଏବଂ ଲାଇବ୍ରେରୀ କରିଛନ୍ତି । ଏହି ନୂଆ ନାମ ଆନୁଷ୍ଠାନିକ ଭାବରେ ଅଗଷ୍ଟ ୧୪ରୁ କାର୍ଯ୍ୟକାରୀ ହୋଇଛି । ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଏହି ଘଟଣାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲା । କଂଗ୍ରେସର କହିବା ଅନୁସାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ପରମ୍ପରା ସବୁବେଳେ ଜୀବିତ ରହିବ । ଏହାଛଡା ଏହା ଆଗାମୀ ପିଢି ପାଇଁ ସବୁବେଳେ ପ୍ରେରଣା ଯୋଗାଇବ ।

ଆଜି ପ୍ରଥମ ଥର ପାଇଁ ରାହୁଲ ଗାନ୍ଧି ଏହି ପରିବର୍ତ୍ତନ ଉପରେ ନିଜର ମୁହଁ ଖୋଲିଛନ୍ତି । ଲେହ-ଲଦାଖକୁୁ ଦୁଇ ଦିନିଆଯାତ୍ରା କରିବା ପୂର୍ବରୁ ସମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ନେହେରୁ ଜୀଙ୍କ ପରିଚୟ ହେଉଛି ତାଙ୍କ କାର୍ଯ୍ୟ, ତାଙ୍କ ନାମ ନୁହେଁ । ଏହା ପୂର୍ବରୁ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ(ଟ୍ୱିଟର)’ ମାଧ୍ୟମରେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ ବିଶ୍ୱପ୍ରସିଦ୍ଧ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରିରେ ପରିଣତ ହୋଇଛି । ସେ ଆରୋପ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୟ, ଏବଂ ଅସୁରକ୍ଷା ସହିତ ଘେରି ହୋଇ ରହିଛନ୍ତି । ସେ ‘ଏନ’କୁ ହଟାଇ ‘ପି’କୁ ସ୍ଥାନ ଦେଇଛନ୍ତି ।

ରମେଶ କହିଛନ୍ତି ‘ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ଆନ୍ଦୋଳନରେ ନେହେରୁଙ୍କ ବିପୁଳ ଅବଦାନ ତଥା ଭାରତର ରାଷ୍ଟ୍ର-ଗଣତାନ୍ତ୍ରିକ , ଧର୍ମ ନିରପେକ୍ଷ ଏବଂ ତାଙ୍କର ମହାନ ସଫଳତାକୁ କେବେ ମଧ୍ୟ ଲିଭାଇ ପାରିବେନି । ଜବାହାରଲାଲ ନେହେରୁଙ୍କ ଉତ୍ତରାଧିକାରୀ ଚିରଦିନ ପାଇଁ ବଞ୍ଚିବେ ଏବଂ ସେ ଭବିଷ୍ୟତରେ ପ୍ରେରଣା ଯୋଗାଇବେ ।

Get real time updates directly on you device, subscribe now.