ନୂଆଦିଲ୍ଲୀ: ମଣିଷ ବିଜ୍ଞାନ, ମହାକାଶ, ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଯେତିକି ଆଗକୁ ଯାଉଛି ଅନୁରୂପ ଭାବେ ସେତିକି ବିପଦର ସାମ୍ନା କରୁଛି । ମୃତ୍ୟୁ କେତେବେଳେ ମାଡ଼ି ଆସୁଛି ତାହା ମଣିଷ ପକ୍ଷେ କଳ୍ପନା କରିବା ଅସମ୍ଭବ ହୋଇ ପଡ଼ୁଛି । ଆଜି ବିମାନ ଦ୍ୱାରା ମଣିଷ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଗନ୍ତବ୍ୟ ସ୍ଥଳେ ପହଞ୍ଚି ପାରୁଛି । ମାତ୍ର ଅନେକ ସମୟରେ ବିମାନ କ୍ରାସ ହୋଇ ଅକାଳରେ ଅନେକଙ୍କର ଜୀବନ ଚାଲିଯାଉଛି ।
ଏହା ମଧ୍ୟରେ ମାଲେଶିଆର କ୍ୱାଲାଲାମ୍ପୁରରେ ଏକ ଚାର୍ଟର ବିମାନ ଏକ୍ସପ୍ରେସ ୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏହି ଭୟଙ୍କର ବିସ୍ଫୋରଣରେ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବିମାନରେ ଦୁଇଜଣ ଫ୍ଲାଇଟ କ୍ରୁ’ଙ୍କ ସହିତ ମୋଟ ୬ ଜଣ ଲୋକ ରହିଥିଲେ । ବିମାନଟି ଲାଙ୍ଗକାବି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଉଡ଼ାଣ ଭରିଥିବା ବେଳେ ତାହା ସୁଲତାନ ଅବଦୁଲ ଅଜିଜ ଶାହ ଏୟାରପୋର୍ଟ ଅଭିମୁଖେ ଯାତ୍ରା କରୁଥିଲା ।
ଦ୍ୱିପ୍ରହର ୨.୪୭ ସମୟରେ ସାଙ୍ଗ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱରରୁ ବିମାନ ସହ ପ୍ରଥମ ସମ୍ପର୍କ କରାଯାଇଥିଲା । ଏହାପରେ ବିମାନକୁ ଲ୍ୟାଣ୍ଡ କରାଇବା ପାଇଁ ୨.୪୮ ସମୟରେ କ୍ଲିୟରାନ୍ସ ଦିଆଯାଇଥିଲା । ମାତ୍ର ୨.୫୧ ସମୟରେ ଦୁର୍ଘଟଣାସ୍ଥଳରୁ ଧୂଆଁ ବାହାରୁଥିବା କଣ୍ଟ୍ରୋଲ ଟାୱର ପକ୍ଷରୁ ଦେଖାଯାଇଥିଲା । ବିମାନଟି ସଡ଼କ ପଥରେ ଚାଲୁଥିବା ଏକ କାର ଉପରେ ମାଡ଼ ହୋଇଥିବା ସେଲଙ୍ଗର ପୋଲିସ ମୁଖ୍ୟ ସୂଚନା ଦେଇଛନ୍ତି । ତେବେ ସୋସିଆଲ ମିଡ଼ିଆରେ ଏହ ଦୁର୍ଘଟଣା ସମୟରେ ଫଟୋ ଓ ଭିଡିଓ ଭାଇରାଲ ହୋଇଯାଇଛି ।
Astagfirullah kejadian di Elmina kapal terbang terhempas, setakat ni terlibat motorsikal dan kapal terbang pic.twitter.com/iItJviyYDS
— Qamahl…. (@qamahl) August 17, 2023